28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଆରଜେଡି ନେତା ଲାଲୁ ଯାଦବଙ୍କୁ ଜେଲରୁ ମିଳିଲା ଜାମିନ

ଆରଜେଡି ନେତା ଲାଲୁ ଯାଦବଙ୍କୁ ଜେଲରୁ ମିଳିଲା ଜାମିନ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ ର ପ୍ରମୁଖ ଲାଲୁ ଯାଦବଙ୍କୁ ଜେଲରୁ ବାହାରକୁ ଆସିବା ରାସ୍ତା ସଫା ହୋଇଛି । ଲାଲୁ ଯାଦବଙ୍କୁ ଦୁମକା ଟ୍ରେଜରିରୁ ୩.୧୩ କୋଟି ଦୁର୍ନୀତି ମାମଲାରେ ହାଇକୋର୍ଟରୁ ଜାମିନ ମିଳିଛି ।
ଗୋଖାଦ୍ୟ ଦୁର୍ନୀତି ମାମଲା ସହ ସମ୍ବନ୍ଧିତ ଅନ୍ୟ ମାମଲାରେ ଲାଲୁ ଯାଦବଙ୍କୁ ପୂର୍ବରୁ ଜାମିନ ମିଳିଥିଲା । ଚଇବାସା ଓ ଦେବଘର ଟ୍ରେଜରି ମାମଲାରେ ଲାଲୁଙ୍କୁ ପୂର୍ବରୁ ଜାମିନ ମିଳିଥିଲା । ଦୋରାଣ୍ଡା କୋଷାଗର ମାମଲାରେ ଏବେ ବି ଟ୍ରାଏଲ ଜାରି ରହିଛି । ଏବେ ସେ ଜେଲରୁ ବାହାରକୁ ବାହାରିବା ରାସ୍ତା ସଫା ହୋଇଛି । ଲାଲୁ ଯାଦବଙ୍କୁ ୭ ବର୍ଷର ଜେଲ ଦଣ୍ଡ ଦିଆଯାଇଥିଲା । ସେ ଅଧା ଦଣ୍ଡ ଭୋଗିସାରିଛନ୍ତି । ଯାହାପରେ ତାଙ୍କୁ ଜାମିନ ମିଳିଛି । ଜଷ୍ଟିସ ଅପ୍ରେଶ ସିଂହ କହିଛନ୍ତି, ଲାଲୁ ଯାଦବ ୪୨ ମାସ ୧୧ ଦିନ ଜେଲରେ ରହିଛନ୍ତି । ସେ କହିଛନ୍ତି, ଲାଲୁ ଯାଦବ ୧-୧ ଲକ୍ଷର ଦୁଇ ସିକ୍ୱୋରିଟି ବଣ୍ଡ ଓ ଆଇପିସି ଓ ପିସି ଆକ୍ଟ ଅନୁସାରେ ୫-୫ ଲକ୍ଷର ଜରିମାନା ଭରିବା ପରେ ଜେଲରୁ ବାହାରି ପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking