28.1 C
Bhubaneswar
Saturday, April 27, 2024
Homeଓଡିଶାଭୁବନେଶ୍ୱର, କଟକରେ ୧୪୪ ଧାରା

ଭୁବନେଶ୍ୱର, କଟକରେ ୧୪୪ ଧାରା

ଭୁବନେଶ୍ୱର: ଆଜିଠୁ ଟ୍ୱିନ ସିଟି କଟକ ଓ ଭୁବନେଶ୍ୱରରେ ରାତ୍ରିକାଳୀନ କର୍ଫ୍ୟୁ ଆରମ୍ଭ ହେଉଛି । ଏହି ସମୟ ମଧ୍ୟରେ କଟକ ଓ ଭୁବନେଶ୍ୱରରେ ୧୪୪ ଧାରା ଜାରି କରାଯିବ । ରାତି ୯ଟାରୁ ସକାଳ ୫ଟା ଯାଏଁ ୧୪୪ ଧାରା ଜାରି ରହିବ । ୧୪୪ ଧାରା ଜାରି କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ୧୪୪ ଧାରା ଲାଗୁ ହୋଇଥିବାରୁ ବାହାରେ ବୁଲିବା ଉପରେ କଡା କଟକଣା ଲାଗିବ । ଅତ୍ୟାବଶ୍ୟକ ସେବା ଯୋଗାଣକାରୀଙ୍କ ବ୍ୟତୀତ ଅନ୍ୟମାନଙ୍କୁ ମନା କରାଯାଇଛି । ଜନସାଧାରଣଙ୍କ ହିତ ପାଇଁ ଏବଂ କୋଭିଡ ସଂକ୍ରମଣକୁ ରୋକିବାକୁ ଏପରି କରାଯାଉଛି । କଟକ ଓ ଭୁବନେଶ୍ୱରବାସୀ ନ୍ଧବଙ୍କ କର୍ଫ୍ୟୁକୁ ଠିକ ଭାବରେ ମାନନ୍ତୁ ବୋଲି ପୋଲିସ କମିଶନର କହିଛନ୍ତି । ଅତ୍ୟାବଶ୍ୟ ସାମଗ୍ରୀ ପରିବହନ ଉପରେ କଟକଣା ରହିବ ନାହିଁ । ଜୀବନଜୀବିକା ସମନ୍ୱୟ ଜିନିଷକୁ ରୋକାଯିବ ନାହିଁ । କେବଳ ଯେତିକି ଆବଶ୍ୟକ ସେତିକି କରାଯିବ । ଅତୀତରେ ଯେପରି ପାସ୍ ସିଷ୍ଟମ ଥିଲା ସେମିତି ମଧ୍ୟ କରାଯିବ ନାହିଁ । କେବଳ ଅତ୍ୟାବଶ୍ୟକ ସେବାଯୋଗାଣକାରୀ କର୍ମଚାରୀଙ୍କୁ ଅନୁମତି ମିଳିବ । ସେମାନେ ପରିଚୟ ପତ୍ର ଦେଖାଇ ଯାଇପାରିବେ । କଚକ ସହରରେ ୧୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ୨୩ ଟି ଜାଗାରେ ଚେକ ପୋଷ୍ଟ ରହିବ । ପିସିଆର ମୋବାଇଲ ମଧ୍ୟ କାର୍ଯ୍ୟକାରୀ କରିବ । ପିସିଆର ମୋବାଇଲର ମାଇକିଂ ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯିବ । ଏସବୁ ସତ୍ୱେ ଯଦି ଅମାନିଆ ହେବେ ତାହେଲେ ପରବର୍ତ୍ତୀ ସମୟରେ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ ସେ ସଂପର୍କରେ ଜନସାଧାରଣ ଅବଗତ ବୋଲି ପିସି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking