29.1 C
Bhubaneswar
Saturday, April 27, 2024
Homeଓଡିଶାସାଲିଆସାହିଠାରେ ଚଢାଉ

ସାଲିଆସାହିଠାରେ ଚଢାଉ

ଭୁବନେଶ୍ୱର: ଭୁବନେଶ୍ୱର ସାଲିଆସାହି ବସ୍ତିରେ ବଡ଼ ଧରଣର ଚଢ଼ାଉ ହୋଇଛି । ଚଢ଼ାଉରେ ସାମିଲ ହୋଇଛନ୍ତି ନିଜେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଓ ସ୍ୱତନ୍ତ୍ର ସ୍କ୍ୱାଡ୍ । ମାଦକ ଦ୍ରବ୍ୟ କାରବାର ସୁରାକ ପାଇ ଚଢ଼ାଉ ଚାଲିଛି । ଏକ ଦେଶୀ ମଦ ଭାଟି ଠାବ କରି ଭାଙ୍ଗିଦେଇଛି ସ୍କ୍ୱାଡ୍ ।

ତେବେ ପୂଜା ଓ ପାର୍ବଣକୁ ଆଖିଆଗରେ ରଖି କମିଶନରେଟ ପୋଲିସ ଏହି ରେଡ୍ କରିଛି । ବ୍ୟାପକ ଦେଶୀ ମଦ କାରବାର ହେଉଥିବା ଅଭିଯୋଗକୁ ଭିତ୍ତି କରି ପୋଲିସ ପକ୍ଷରୁ ଏହି ଯାଞ୍ଚ କରାଯାଉଛି ଓ ଡିସିପିଙ୍କ ନେତୃତ୍ୱରେ ଏହି ଚଢ଼ାଉ ଆରମ୍ଭ ହୋଇଛି । ବସ୍ତିର ଏକାଧିକ ଘରକୁ ଟାର୍ଗେଟ କରାଯାଇଛି ।

ଅନ୍ୟପଟେ ସାଲିଆସାହିରେ ସ୍ପେଶାଲ ଡ୍ରାଇଭ ନେଇ ଡିସିପି ପ୍ରତୀକ ସିଂ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ପାର୍ବଣ ଋତୁକୁ ନେଇ ସ୍ପେଶାଲ ଡ୍ରାଇଭ ଚାଲିଛି । ୨ ବର୍ଷ ପରେ ପୂଜା ପାଳନ ହେଉଥିବାରୁ କୌଣସି ଅସୁବିଧା ନ ହେବାର ଲକ୍ଷ୍ୟ ରଖାଯାଇଛି । ଅପମିଶ୍ରିତ କରି ପ୍ରସ୍ତୁତ କରାଯାଉଥିବାରୁ ସ୍ୱାସ୍ଥ୍ୟ ଖରାପ କରୁଛି । ଯେଉଁସବୁ ଘରେ ରେଡ୍ ହେଉଛି, ତାହା ଭାଙ୍ଗିବା ପାଇଁ ବିଏମସିକୁ ଲେଖିବୁ ।’

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ପ୍ରତିଷ୍ଠା ଦିବସ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking