31.1 C
Bhubaneswar
Friday, March 29, 2024
Homeଓଡିଶାଜାତୀୟ ରାଜପଥରେ ଓଲଟିଲା ଟୁରିଷ୍ଟ ବସ୍: ୧୯ ଆହତ

ଜାତୀୟ ରାଜପଥରେ ଓଲଟିଲା ଟୁରିଷ୍ଟ ବସ୍: ୧୯ ଆହତ

ଯାଜୁପର: ପାଣିକୋଇଲି ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ସାହାପୁର ନିକଟରେ ଭାରସାମ୍ୟ ହରାଇ ରାସ୍ତା ମଝିରେ ଓଲଟିଲା ଯାତ୍ରୀବାହୀ ଟୁରିଷ୍ଟ ବସ୍ । ୟୁପିର ଏକ ଘରୋଇ ବସ୍ ୮୦ଜଣ ଯାତ୍ରୀଙ୍କୁ ନେଇ ପୁରୀ ଯାଇଥିଲା । ସେଠୁ ଜଗନ୍ନାଥ ଦର୍ଶନ ସାରି ଫେରୁଥିବା ବେଳେ ସାହାପୁର ନିକଟରେ ବସ୍ ଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିପଡିଥିଲା।

ଫଳରେ ବସ୍ ଭିତରେ ଥିବା ସମସ୍ତ ୧୯ ଯାତ୍ରୀ ଆହତ ହୋଇପଡିଥିଲେ,ଦୁର୍ଘଟଣା ବିଷୟରେ ସ୍ଥାନୀୟ ଲୋକେ ନିକଟସ୍ଥ ହେଲପିଙ୍ଗ ଗ୍ରୁପ ସଦସ୍ୟ ଓ ପାଣିକୋଇଲି ପାଟ୍ରୋଲିଂ ପୁଲିସ ଖବର ଦେଇଥିଲେ, ଖବର ପାଇ ପୋଲିସ ଘଟଣା ସ୍ଥଳରେ ସ୍ୱେଚ୍ଛାସେବୀ ଓ ପାଣିକୋଇଲି ପାଟ୍ରୋଲିଂ ପୁଲିସ ପହଁଞ୍ଚି ଗୁରୁତର ଆହତ ବ୍ୟକ୍ତିଙ୍କୁ ଏନଏଚଏଆଇ ଆମ୍ବୁଲାନ୍ସ ଭ୍ୟାନ ଓ ପାଣିକୋଇଲି ପାଟ୍ରୋଲିଂ ଭ୍ୟାନ ସହ ୧୦୮ଆମ୍ବୁଲାନ୍ସ ଯୋଗେ ଗୁରୁତରଙ୍କୁ  ଯାଜପୁରରୋଡ ମେଡିକାଲକୁ ପଠାଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking