29.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶଫେକ୍‌ନ୍ୟୁଜ୍ ଉପରେ ଲାଗିବ ପ୍ରତିବନ୍ଧକ

ଫେକ୍‌ନ୍ୟୁଜ୍ ଉପରେ ଲାଗିବ ପ୍ରତିବନ୍ଧକ

ନୂଆଦିଲ୍ଲୀ : ଏଣିକି ଫେସ୍‌ବୁକ୍‌କୁ ଫେକ୍‌ବୁକ୍ ଭାବିବା ଭାରୀ ପଡ଼ିପାରେ । ଫେସ୍‌ବୁକ୍‌ରେ ବାରମ୍ବାର ଭୁଲ୍ ତଥ୍ୟ ପରିବେଷଣ ତଥା ଆଧାରହୀନ ଖବର ପରିବେଷଣ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ଫେସ୍‌ବୁକ୍ । ବ୍ୟବହାରକାରୀଙ୍କ ଆକାଉଣ୍ଟ୍‌କୁ ପ୍ରତିବନ୍ଧିତ କରାଯିବ । ଉଲ୍ଲେଖନୀୟ ଯେ ସମାଜିକ ଗଣମାଧ୍ୟମରେ ଭୁଲ୍ ସୂଚନା ପ୍ରସାର କରିବା ଏକ ଜ୍ୱଳନ୍ତ ତଥା ବିବାଦୀୟ ଘଟଣା । ଏପରି ସୂଚନାର ପ୍ରସାରକୁ ରୋକିବା ପାଇଁ ସାମାଜିକ ଗଣମାଧ୍ୟମମାନେ ପୂର୍ବରୁ ଅନେକ ପ୍ରୟାସ ମଧ୍ୟ କରିଛନ୍ତି । କିନ୍ତୁ ନିକଟରେ କୋଭିଡ୍ ମାମଲାରେ ଭୁଲ୍ ସୂଚନା ବାରମ୍ବାର ପ୍ରସାରିତ ହୋଇଛି ।

ଏହି ଘଟଣାକୁ ସାମାଜିକ ଗଣମାଧ୍ୟମମାନେ ଗମ୍ଭୀର ଭାବେ ନେଇଛନ୍ତି । କୌଣସି ମାମଲାରେ ଉସ୍‌କାଇବା ପରି ପୋଷ୍ଟ, କୋଭିଡ୍ ସଂକ୍ରାନ୍ତୀୟ ପୋଷ୍ଟ, ଟିକା, ରାଜନୀତି, ନିର୍ବାଚନ, ଜଳବାୟୁ ପରିବର୍ତ୍ତନ ତଥା ଅନ୍ୟାନ୍ୟ ଗମ୍ଭୀର ଘଟଣା ଆଧାରିତ ତଥ୍ୟ ଯାହା ଉଦ୍ଦେଶ୍ୟ ପ୍ରଣୋଦିତ, ଏହି ପ୍ରକାର ପୋଷ୍ଟକୁ କିପରି କମ୍‌ରୁ କମ୍ ସଂଖ୍ୟକ ଲୋକ ଦେଖିବେ ସେ ନେଇ ଆମେ ସତର୍କ ରହିବୁ ବୋଲି କହିଛି ଫେସ୍‌ବୁକ୍ । ବ୍ୟକ୍ତିଗତ ଆକାଉଣ୍ଟ୍‌ରୁ ବାରମ୍ବାର ବିତରଣ କରାଯାଉଥିବା ନ୍ୟୁଜ୍ ଫିଡ୍‌ର ବିତରଣକୁ କମ୍ କରିବୁ ।

ଏପରି ପୋଷ୍ଟର ତଦାରଖ ଆମର ଫ୍ୟାକ୍ଟ ଚେକିଂ ପାର୍ଟନର୍ସ ସହିତ ମିଳିତଭାବେ କରିବୁ ବୋଲି ଫେସ୍‌ବୁକ୍ ଏକ ବ୍ଲଗ୍ ପୋଷ୍ଟ ମାଧ୍ୟମରେ ଜଣାଇଛି । ଫେସ୍‌ବୁକ୍ ବ୍ୟବହାରକାରୀଙ୍କ ପାଇଁ ଏକ ଆଲର୍ଟ ଟୁଲ୍‌ର ବିକାଶ କରିଛି । ଏହା ବ୍ୟବହାରକାରୀଙ୍କୁ ଫ୍ୟାକ୍ଟ ଚେକର୍ସ ଦ୍ୱାରା ରେଟିଂ କରାଯାଇଥିବା ପୋଷ୍ଟ ସମ୍ବନ୍ଧରେ ଆଗୁଆ ସୂଚନା ପ୍ରଦାନ କରିବ । ଏହାର ଲକ୍ଷ୍ୟ ବାରମ୍ବାର ଭୁଲ ସୂଚନା ବିତରଣ କରୁଥିବା ବ୍ୟବହାରକାରୀଙ୍କ ଉପରେ ଅଙ୍କୁଶ ଲାଗୁ କରିବା ବୋଲି କହିଛି ଫେସ୍‌ବୁକ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking