30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶମୋତେ କେହି ଗିରଫ କରିପାରିବେ ନାହିଁ : ବାବା ରାମଦେବ

ମୋତେ କେହି ଗିରଫ କରିପାରିବେ ନାହିଁ : ବାବା ରାମଦେବ

ଡେରାଡ଼ୁନ : ଏଲୋପାଥି ଔଷଧ ଓ ଏଲୋପାଥି ଡାକ୍ତରଙ୍କ ସମ୍ପର୍କରେ କଟୂ ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡ଼ିଥିବା ଯୋଗଗୁରୁ ବାବା ରାମଦେବ ଗୁରୁବାର କହିଛନ୍ତି, ମୋତେ କେହି ଗିରଫ କରିପାରିବେ ନାହିଁ । ଗତ ବୁଧବାର ଏ ସଂକ୍ରାନ୍ତରେ ରାମଦେବଙ୍କ ଏକ ନୂଆ ଭିଡିଓରେ ସେ ଏଭଳି ଆସ୍ଫାଳନ କରିଛନ୍ତି । ତାଙ୍କୁ ଦେଶଦ୍ରୋହ ଅଭିଯୋଗରେ ଗିରଫ କରାଯିବାକୁ ଭାରତୀୟ ମେଡିକାଲ ଆସୋସିଏସନ(ଆଇଏମ୍‌ଏ) ଦାବି କରିବା ପରିପ୍ରେକ୍ଷୀରେ ସେ ପ୍ରତିକ୍ରିୟା ପ୍ରକାଶକରି ଏହା କହିଛନ୍ତି । କଂଗ୍ରେସ ନେତା ଗୌରବ ପାନ୍ଧି ଟ୍ୱିଟର୍‌ରେ ଏଭଳି ଏକ ଭିଡିଓ ସେୟାର କରି ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହଙ୍କୁ ଟ୍ୟାଗ୍ କରିଛନ୍ତି ।

ସୂଚନାଯୋଗ୍ୟ, ପୂର୍ବରୁ ଆଇଏମ୍‌ଏ ଉତ୍ତରାଖଣ୍ଡ ଶାଖା ପକ୍ଷରୁ ରାମଦେବଙ୍କ ବିରୋଧରେ ୧,୦୦୦ କୋଟି ଟଙ୍କାର ମାନହାନି ନୋଟିସ୍ ଜାରି କରାଯାଇଛି । ଏହି ନୋଟିସ୍ ପାଇବାର ୧୫ଦିନ ମଧ୍ୟରେ ଲିଖିତ ଭାବେ କ୍ଷମାପ୍ରାର୍ଥନା କରିବାକୁ କୁହାଯାଇଛି । ରାମଦେବ ଅଭିଯୋଗ କରିଥିଲେ ଏଲୋପାଥି ଔଷଧ ଖାଇ ଲକ୍ଷ ଲକ୍ଷ ଲୋକ କୋଭିଡ୍‌୍‌ରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ତାଙ୍କର ଏହି ଆପତ୍ତିଜନକ ମନ୍ତବ୍ୟରେ ଡାକ୍ତରମାନେ ବିରୋଧ କରିବାରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଏଭଳି ବୟାନ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ବାବା ରାମଦେବଙ୍କୁ ପରାମର୍ଶ ଦେବାପରେ ସେ ତାଙ୍କର ମନ୍ତବ୍ୟ ପ୍ରତ୍ୟାହାର କରିନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking