28.1 C
Bhubaneswar
Thursday, March 28, 2024
Homeଓଡିଶା୨ଟି ଡୋଜ୍ ଟିକା ନେବା ପରେ ବି କୋଭିଡ୍‌ରେ ସିପାହୀଙ୍କ ମୃତ୍ୟୁ

୨ଟି ଡୋଜ୍ ଟିକା ନେବା ପରେ ବି କୋଭିଡ୍‌ରେ ସିପାହୀଙ୍କ ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଆଗ ଧାଡିରେ କାର୍ଯ୍ୟରତ କରୋନାଯୋଦ୍ଧା ପୁଲିସ ବିଭାଗକୁ ପ୍ରଥମେ ଟିକାକରଣ କରାଯାଇଥିଲା । ହେଲେ ୨ଟି ଡୋଜ୍ ଟିକା ନେଇ ସାରିବା ପରେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ସପ୍ତମ ବାଟାଲିୟନରେ କାର୍ଯ୍ୟରତର ଜଣେ ସିପାହୀଙ୍କ ମୃତ୍ୟୁ ଘଟିଛି । ସେ ହେଲେ ପୁଲିସ କମିଶନରେଟ ଏବଂ ଓଏସ୍‌ଏପି ସପ୍ତମ ବାଟାଲିୟନରେ କାର୍ଯ୍ୟରତ ସିପାହୀ ହେମନ୍ତ କୁମାର ପ୍ରଧାନ । କରୋନା ମହାମାରୀରେ ସଂକ୍ରମିତ ହୋଇ ଭୁବନେଶ୍ୱରର ଏକ ଘରୋଇ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ହଠାତ୍ ଗୁରୁବାର ସକାଳେ ତାଙ୍କ ଶରୀର ଅସୁସ୍ଥ ହୋଇପଡ଼ିଥିଲା ।

ଏହାପରେ ତାଙ୍କର ଦେହାନ୍ତ ହୋଇଗଲା । ଏହା ଓଡିଶା ପୁଲିସର ପ୍ରଥମ ଘଟଣା ଯାହାକି ଦ୍ୱିତୀୟ ଡୋଜ ଟିକା ନେବା ପରେ ଜଣେ ସିପାହୀଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାରେ ୭ମ ବାଟାଲିୟନରେ ଶୋକର ଛାୟା ଖେଳିଯାଇଛି । ଏଥିସହ ପରିବାରଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହି ଘଟଣାରେ ସିପାହୀ ପ୍ରଧାନଙ୍କ ପରିବାର ଲୋକଙ୍କ ପାଖରେ ୭ମ ବାଟାଲିୟନର ପୂର୍ବତନ ସଙ୍ଘର ସଭାପତି ମାନସ ରଞ୍ଜନ ସାହୁ, ବଂଶୀଧର ସିଂ, ଦୁର୍ଗାପ୍ରସାଦ ଦାଶ, ବିନୋଦ ବଳ, ରାଜେନ୍ଦ୍ର ମଲ୍ଲିକ, ସଞ୍ଜୟ ବଳ, ରମେଶ ମହାପାତ୍ର ଏବଂ ଶାଖା ସଂଘର କର୍ମକର୍ତ୍ତା ପହଞ୍ଚି ପରିବାରଲୋକଙ୍କୁ ସମବେଦନା ଜଣାଇଥିଲେ । ଏଥିସହ ବାଟାଲିୟନର ସମସ୍ତ ଅଧିକାରୀ ଓ କର୍ମଚାରୀ ହେମନ୍ତଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking