28.1 C
Bhubaneswar
Saturday, April 27, 2024
Homeଓଡିଶାଡିଆଇପିଆର୍‌ଓଙ୍କୁ ନିର୍ଦ୍ଦେଶକଙ୍କ ଚିଠି, କରୋନା ମୃତ ସାମ୍ବାଦିକଙ୍କ ତାଲିକା ପଠାଅ

ଡିଆଇପିଆର୍‌ଓଙ୍କୁ ନିର୍ଦ୍ଦେଶକଙ୍କ ଚିଠି, କରୋନା ମୃତ ସାମ୍ବାଦିକଙ୍କ ତାଲିକା ପଠାଅ

ଭୁବନେଶ୍ୱର : ମହାମାରୀ କରୋନାରେ କେତେଜଣ ସାମ୍ବାଦିକ ମୃତ୍ୟୁବରଣ କରିଛନ୍ତି ? ଅନ୍ୟ କେଉଁ ରୋଗରେ କେହି ମୃତ୍ୟୁବରଣ କରିଛନ୍ତି କି ? ସେମାନଙ୍କ ନିକଟତମ ସମ୍ପର୍କୀୟ କେଉଁମାନେ ? ଏହିଭଳି କିଛି ପ୍ରସଙ୍ଗ ଉପରେ ତଥ୍ୟ ସଂଗ୍ରହକରି ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ(ଡିଆଇପିଆର୍‌ଓ)ଙ୍କୁ ଚିଠି ଲେଖିଛନ୍ତି ବିଭାଗୀୟ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର । ଚିଠିରେ କୁହାଯାଇଛି ଯେ କରୋନାରେ ଅକାଳରେ ଝଡି ପଡ଼ିଥିବା ଆଗଧାଡ଼ିର କୋଭିଡ୍‌ଯୋଦ୍ଧାଙ୍କର ତାଲିକା ପ୍ରସ୍ତୁତ କରି ଧାର୍ଯ୍ୟ ସମୟରେ ବିଭାଗକୁ ପଠାଇବାକୁ ହେବ । ମୃତ ସାମ୍ବାଦିକଙ୍କ ସମ୍ପର୍କରେ ସଠିକ ଡାକ୍ତରୀ ସାର୍ଟିଫିକେଟ ସହ ତାଙ୍କର ଲିଗାଲ ହେୟର ତାଲିକା ଦେବାକୁ ବି ପଡ଼ିବ ।

ସମ୍ପୃକ୍ତ ସାମ୍ବାଦିକ ରାଜ୍ୟସ୍ତରୀୟ ଆକ୍ରିଡିଟେଡ୍‌, ଜିଲ୍ଲାସ୍ତରୀୟ ନା ବ୍ଲକ୍‌ସ୍ତରୀୟ ତାହା ରିପୋର୍ଟରେ ସ୍ପଷ୍ଟହେବା ଜରୁରୀ। ସେହିପରି ରାଜ୍ୟ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାରେ ସେ ପଞ୍ଜୀକୃତ କି ନୁହନ୍ତି ଏବଂ ତାଙ୍କପାଇଁ କେହି ବିଶିଷ୍ଟ ବ୍ୟକ୍ତି ସୁପାରିସ କରିଛନ୍ତି କି ବୋଲି ମଧ୍ୟ ତଥ୍ୟ ଦେବାକୁ ହେବ । ଉକ୍ତ ତାଲିକା ଆଧାରରେ ରାଜ୍ୟ ସରକାର ଘୋଷଣା କରିଥିବା ୧୫ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ମୃତ ସାମ୍ବାଦିକଙ୍କ ସମ୍ପର୍କୀୟଙ୍କୁ ପ୍ରଦାନ କରାଯିବ । ଉଲ୍ଲେଖନୀୟ ଯେ ମହାମାରୀ କରୋନାରେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୩୧ ଜଣ କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁହୋଇଛି । ଓଡ଼ିଶା ସରକାର ତାହାକୁ ଆନୁଷ୍ଠାନିକ ଗ୍ରହଣ କରିନଥିଲେ ହେଁ ବିଭିନ୍ନ ଗଣମାଧ୍ୟମରେ ତାଲିକା ପ୍ରକାଶପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking