35.1 C
Bhubaneswar
Saturday, May 4, 2024
Homeଓଡିଶାତାଣ୍ଡବ ରଚି ଚାଲିଗଲା ବାତ୍ୟା ‘ୟାଶ’, ଉଜାଡ଼ିନେଲା ବିପନ୍ନଙ୍କର ଚାଷବାସ

ତାଣ୍ଡବ ରଚି ଚାଲିଗଲା ବାତ୍ୟା ‘ୟାଶ’, ଉଜାଡ଼ିନେଲା ବିପନ୍ନଙ୍କର ଚାଷବାସ

ଭଦ୍ରକ : ବାତ୍ୟା ‘ୟାଶ’ ଆସିଲା , ତାଣ୍ଡବ ରଚି ଚାଲିଗଲା । ଯାହାର ପ୍ରଭାବରେ ଭଦ୍ରକ ଜିଲ୍ଲାର ତଳିଆ ଅଞ୍ଚଳ ଆରଡି, ସୁନ୍ଦରପୁର, ଓଳଗ, ନାନ୍ଦପୁର ପଞ୍ଚାୟତ ଅଧୀନରେ ଥିବା ୨୧ ରୁ ୨୨ ଟି ଗାଁର ବିପନ୍ନଙ୍କୁ ଦେଇଗଲା ଦୁଖଃ ଆଉ ଦୁଃଖ । କେଉଁଠି ବର୍ଷା ଓ ପବନ ମାଡ଼ରେ କଚା ଘର ଧରାଶାୟୀ ହୋଇଯାଇଛି ତ ଆଉ କେଉଁଠି ଛପର ଘର ଉଡ଼ିଯାଇଛି । ଏପରିକି ବଡ଼ବଡ଼ ଗଛ ଉପୁଡି ପଡିବାରୁ ଅନେକ ଘର ଭାଙ୍ଗି ଯାଇଛି । ସେହିପରି ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟି ଉପୁଡ଼ି ପଡ଼ିଥିବାରୁ ବିଦ୍ୟୁତ୍ ସରବରାହ ବିଛିନ୍ନ ହୋଇଯାଛି । ପ୍ରଶାସନିକ ପୂର୍ବ ପ୍ରସ୍ତୁତି ପାଇଁ ସିନା ଜୀବନ ବଞ୍ôଚଗଲା ହେଲେ କ୍ଷେତରେ ଚାଷ ଗଲା ଆଉ ଗାଁରେ ବାସ ଉଜାଡି ନେଲା ‘ୟାଶ’ । ବିଶେଷକରି ବାତ୍ୟା ସମୟରେ ପୂର୍ଣ୍ଣିମା ତିଥି ରହିଥିବାରୁ ଧାମରା ନିକଟରେ ସମୁଦ୍ର ହୋଇ ଉଠିଥିଲା ଅଶାନ୍ତ ।

ଫଳରେ ଉଚ୍ଚ ଲୁଣା ଜୁଆରପାଣି ବୈତରଣୀ ଓ ସାଳନ୍ଦୀ ନଦୀରେ ଆସି ବିଭିନ୍ନ ଅଞ୍ଚଳର କ୍ଷେତକୁ ବୁଡ଼ାଇବା ସହ ମାଡିଯାଇଥିଲା ଜନବସତିକୁ । ଯାହାଫଳରେ ଗତ ୨ଦିନ ହେବ ଲୁଣାପାଣି ଏବେବି ଅନେକ ଗାଁରେ ଲହଡ଼ି ଭାଙ୍ଗୁଥିବାରୁ ବିପନ୍ନଙ୍କର ଅବସ୍ଥା ଦୁର୍ବିସହ ହୋଇପଡ଼ିଛି । ଅନ୍ୟପଟେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ, ଚାନ୍ଦବାଲି ତହସିଲିଦାର ଶୁସାନ୍ତ ସୁତାର, ବିଡିଓ ଜ୍ୟୋତିବିକାଶ ଦାସ, ଆରଡି ଆରଆଇ ଦେବାଷିଶ ରାୟ, ଜିଆରଏସ ସତ୍ୟରଞନ ପତି , ବ୍ଲକ ଜେଇଙ୍କ ସହ ସ୍ଥାନୀୟ ପୁଲିସ୍ ବାତ୍ୟା ଅଞ୍ଚଳକୁ ଯାଇ ବିପନ୍ନଙ୍କ ଉଜୁଡି ଯାଇଥିବା ଘର, କ୍ଷେତ ଆଦିର ଅନୁଧ୍ୟାନ କରିବା ସହ ରିପୋର୍ଟ ପ୍ରସ୍ତୁତ ଆରମ୍ଭ କରିଛନ୍ତି। ତାହାସହ ଅଗ୍ନିଶମ ବାହିନୀ ପକ୍ଷରୁ ବିଭିନ୍ନ ସ୍ଥାନରେ ଉପୁଡି ପଡିଥିବା ଗଛ ସଫା କରିବା ସହ ବିଦ୍ୟୁତ୍ ଖୁଣ୍ଟର ପୁନରୁଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସେହିପରି ବାତ୍ୟାରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବିଦ୍ୟୁତ୍ କିଭଳି ଶୀଘ୍ର ଲୋକମାନଙ୍କ ପାଖରେ ପହଞ୍ôଚବ ସେଥିପାଇଁ ଅସୁରାଳି ବିଦ୍ୟୁତ୍ ବିଭାଗ ପକ୍ଷରୁ କାର୍ଯ୍ୟ ଜାରି ରହିଥିବା କନିଷ୍ଠଯନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking