27.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶସବୁ ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କର ଚେତାବନୀ; ଋଣଗ୍ରହୀତାଙ୍କ କାଗଜପତ୍ର ହଜିଲେ ଏଣିକି ଜୋରିମାନା

ସବୁ ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କର ଚେତାବନୀ; ଋଣଗ୍ରହୀତାଙ୍କ କାଗଜପତ୍ର ହଜିଲେ ଏଣିକି ଜୋରିମାନା

ମୁମ୍ବାଇ: ଋଣଗ୍ରହୀତା ଦାଖଲ କରିଥିବା ସମ୍ପତ୍ତି ସମ୍ପର୍କିତ କାଗଜପତ୍ର ହଜିଲେ, ଏଣିକି ବ୍ୟାଙ୍କଗୁଡିକ ଉପରେ ଜୋରିମାନା ଲାଗୁ କରାଯିବ ବୋଲି ଜଣାପଡିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ମର୍ମରେ ସବୁ ବ୍ୟାଙ୍କକୁ ନିର୍ଦ୍ଦେଶନାମା ପଠାଯାଇଛି । ଗ୍ରାହକସେବାକୁ ଉନ୍ନତ କରିବା ସହ ଋଣ ପ୍ରଦାନ କାରବାରକୁ ଯଥାସମ୍ଭବ ସରଳୀକରଣ କରିବା ନିମନ୍ତେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗତବର୍ଷ ରିଜର୍ଭ ବ୍ୟାଙ୍କର ପୂର୍ବତନ ଡେପୁଟୀ ଗଭର୍ଣ୍ଣର ବି.ପି.କାନୁନଗୋଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା । କମିଟି ଚଳିତବର୍ଷ ଏପ୍ରିଲରେ ରିପୋର୍ଟ ଦାଖଲ କରିଥିବାବେଳେ ଏହି ସୁପାରିସକୁ ଗ୍ରହଣ କରାଯାଇଛି । ଅବଶ୍ୟ ଏହି ପ୍ରସଙ୍ଗରେ ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ ଜୁଲାଇ ୭ ସୁଦ୍ଧା ସବୁପକ୍ଷଙ୍କ ମତାମତ ଲୋଡିଛନ୍ତି । ସୂଚନାଯୋଗ୍ୟ ଅନେକ ସମୟରେ ଲୋକେ ଜମି କିମ୍ବା ବାସଗୃହ ବନ୍ଧକ ରଖି ବ୍ୟାଙ୍କରୁ ଋଣ ନେଇଥାନ୍ତି ।

ତେବେ ଋଣ ପରିଶୋଧ ହୋଇସାରିଥିଲେ ସୁଦ୍ଧା ସଂପୃକ୍ତ ବ୍ୟାଙ୍କ ତରଫରୁ ଋଣଗ୍ରହୀତାଙ୍କୁ ଯଥା ସମୟରେ କାଗଜପତ୍ର ଫେରସ୍ତ କରାଯାଇନଥାଏ । ଏପରିକି କେତେକ ସ୍ଥଳରେ କାଗଜପତ୍ର ହଜିଯାଇଛି ବୋଲି ମଧ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷ କାରଣ ଦର୍ଶାଇଥାନ୍ତି । ତେଣୁ ଏଭଳି କ୍ଷେତ୍ରରେ ବ୍ୟାଙ୍କଗୁଡିକର ଅବହେଳା ଆଦୌ ଗ୍ରହଣୀୟ ନୁହେଁ ବୋଲି କମିଟି ମତବ୍ୟକ୍ତ କରିଛି । ତେଣୁ ଋଣ ପରିଶୋଧର କେତେ ଦିନ ମଧ୍ୟରେ ଋଣଗ୍ରହୀତାଙ୍କୁ ଜମି କାଗଜପତ୍ର ଫେରସ୍ତ କରାଯିବ, ତାହାର ସମୟସୀମା ଧାର୍ଯ୍ୟ କରିବାକୁ ମଧ୍ୟ କମିଟି ରିପୋର୍ଟରେ ସୁପାରିସ କରିଛି । ଯଦି ଏହି ସମୟସୀମା ଅତିକ୍ରାନ୍ତ କରେ ଏବଂ ସ୍ଥଳ ବିଶେଷର ସଂପୃକ୍ତ ବ୍ୟାଙ୍କ କାଗଜପତ୍ର ହଜାଇ ଦିଅନ୍ତି, ତେବେ ଜୋରିମାନା ଲାଗୁ କରିବାକୁ ସୁପାରିସ କରାଯାଇଛି । ଯଦି କାଗଜପତ୍ର ହଜିଯାଇଥାଏ, ତେବେ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ଖର୍ଚ୍ଚରେ ରେଜିଷ୍ଟ୍ରୀ ଅଫିସରୁ ସଂପୃକ୍ତ ଋଣଗ୍ରହୀତାଙ୍କ ଡୁପ୍ଲିକେଟ୍ କାଗଜପତ୍ର ପ୍ରସ୍ତୁତ କରିବେ ବୋଲି ମଧ୍ୟ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking