35.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଅନ୍‌ଲାଇନ୍ ଗେମ୍ସ ଜରିଆରେ ଧର୍ମାନ୍ତର ମାମଲା; ମହାରାଷ୍ଟ୍ରରୁ ଆଉ ଜଣେ ଅଭିଯୁକ୍ତ ଗିରଫ

ଅନ୍‌ଲାଇନ୍ ଗେମ୍ସ ଜରିଆରେ ଧର୍ମାନ୍ତର ମାମଲା; ମହାରାଷ୍ଟ୍ରରୁ ଆଉ ଜଣେ ଅଭିଯୁକ୍ତ ଗିରଫ

ମୁମ୍ବାଇ: ଗାଜିଆବାଦ ଅନ୍‌ଲାଇନ୍ ଗେମ୍ସ ମାମଲାର ଅଭିଯୁକ୍ତ ଶାହନୱାଜ୍ ଖାନ୍‌କୁ ରବିବାର ମହାରାଷ୍ଟ୍ରର ରାୟଗଡ଼ରୁ ଗିରଫ କରାଯାଇଛି । ମୋବାଇଲ୍ ଗେମ୍ସ ଜରିଆରେ ୪୦୦ ଲୋକଙ୍କ ଧର୍ମାନ୍ତରଣ କରିଥିବା ଶାହନୱାଜ୍ ବିରୋଧରେ ଅଭିଯୋଗ ରହିଛି । ୨୩ ବର୍ଷୀୟ ଶାହନୱାଜ୍ ମୁମ୍ବାଇ ନିକଟବର୍ତ୍ତୀ ମୁମ୍ବ୍ରାର ନିବାସୀ । ଏହି ମାମଲାରେ ପୁଲିସ ପୂର୍ବରୁ ଜଣେ ଅଭିଯୁକ୍ତକୁ ଗିରଫ କରିସାରିଛି ।

ପୁଲିସକୁ ସୂଚନା ମିଳିବା ପରେ ଅଭିଯୁକ୍ତ ଶାହନୱାଜ୍‌ର ତଲାସ ଆରମ୍ଭ କରିଥିଲା । ଏହି ମାମଲାରେ ମୁମ୍ବ୍ରା ପୁଲିସ ଟିମ୍ ଅଭିଯୁକ୍ତ ଏବଂ ତା’ ସମ୍ପର୍କୀୟଙ୍କ ଫୋନ୍‌ର ଟେକ୍ନିକାଲ୍ ବିଶ୍ଳେଷଣ କରିବା ପରେ ସେ ୱର୍ଲି ଥାନା ଅଞ୍ଚଳରେ ଥିବା ସୁରାଗ ମିଳିଥିଲା । ଏହାପରେ ୱର୍ଲି ପୁଲିସ ସହାୟତାରେ ତଲାସୀ ନିଆଯାଇଥିଲା । ତେବେ ସେତେବେଳକୁ ଅଭିଯୁକ୍ତ ସେଠାରେ ପଳାଇସାରିଥିଲା । ଏହାପରେ ସେ ଅଲୀବାଗ୍‌ରେ ଥିବା ସୂଚନା ମିଳିଥିଲା ।

ମୁମ୍ବ୍ରା ପୁଲିସ ଟିମ୍ ଅଲୀବାଗ୍ ଯାଇ ରାତି ୧୧ଟା ବେଳେ ଅଭିଯୁକ୍ତର ଠିକଣାରେ ଥିବା ଲଜ୍ ଏବଂ କଟେଜ୍‌ର ଯାଞ୍ଚ୍ କରିବା ସହିତ ସ୍ଥାନୀୟ ପୁଲିସ ସହାୟତାରେ ତାକୁ ଗିରଫ କରିଥିଲା । ଏହି ଧର୍ମାନ୍ତରଣ ସମ୍ପର୍କରେ ଉତ୍ତର ପ୍ରଦେଶର କବି ନଗର ଥାନରେ ମେ’ ୩୦ ତାରିଖରେ ଏକ ଏଫ୍‌ଆଇଆର୍ ରୁଜୁ ହୋଇଥିଲା । ଏଥିରୁ ଦୁଇଜଣଙ୍କ ନାମ ସାମ୍ନାକୁ ଆସିଥିଲା । ଏହା ମଧ୍ୟରୁ ଜଣେ ମୌଲବୀକୁ ପୁଲିସ ଗିରଫ କରି ଜେଲ୍ ପଠାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking