26.1 C
Bhubaneswar
Tuesday, May 7, 2024
Homeବିଜିନେସ୍୩୭୯ ସରକାରୀ ପ୍ରକଳ୍ପର ନିର୍ମାଣ ଖର୍ଚ୍ଚ; ଟାର୍ଗେଟ ତୁଳନାରେ ୪.୬୪ ଲକ୍ଷ କୋଟି ଟପିଲାଣି

୩୭୯ ସରକାରୀ ପ୍ରକଳ୍ପର ନିର୍ମାଣ ଖର୍ଚ୍ଚ; ଟାର୍ଗେଟ ତୁଳନାରେ ୪.୬୪ ଲକ୍ଷ କୋଟି ଟପିଲାଣି

ନୂଆଦିଲ୍ଲୀ: ଚଳିତବର୍ଷ ଏପ୍ରିଲ ସୁଦ୍ଧା ୩୭୯ଟି ସରକାରୀ ପ୍ରକଳ୍ପର ନିର୍ମାଣ ଖର୍ଚ୍ଚ ଧାର୍ଯ୍ୟ ଟାର୍ଗେଟ ତୁଳନାରେ ୪.୬୪ ଲକ୍ଷ କୋଟି ଟଙ୍କା ଅଧିକ ହୋଇଥିବା ଜଣାପଡିଛି । ପରିସଂଖ୍ୟାତ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ରିପୋର୍ଟ ଅନୁଯାୟୀ ୧୫୦ କୋଟି କିମ୍ବା ତଦୁର୍ଦ୍ଧ୍ୱ ପରିମାଣର ବ୍ୟୟ ଅଟକଳ ହୋଇଥିବା ମୋଟ ୧୬୦୫ ପ୍ରକଳ୍ପ ମଧ୍ୟରୁ ୩୭୯ ପ୍ରକଳ୍ପର ନିର୍ମାଣ ଖର୍ଚ୍ଚ ଅଧିକ ହୋଇଚାଲିଥିବାବେଳେ ଅନ୍ୟ ୮୦୦ ପ୍ରକଳ୍ପର ନିର୍ମାଣ କାର୍ଯ୍ୟରେ ବିଳମ୍ବ ଘଟୁଛି । ୧୬୦୫ଟି ପ୍ରକଳ୍ପ ନିମନ୍ତେ ମୋଟ ୨୨,୮୫,୬୭୪.୨୫ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା । ବର୍ତ୍ତମାନ ସ୍ଥିତିରେ ଏହା ୨୭,୫୦,୫୯୧.୩୮ କୋଟି ଛୁଇଁବ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଅର୍ଥାତ ମୂଳ ଟାର୍ଗେଟ ତୁଳନାରେ ଏହା ପ୍ରାୟ ୨୦ ପ୍ରତିଶତ ଅଧିକ ରହିବ ବୋଲି ଆକଳନ କରାଯାଇଛି । ଏପ୍ରିଲ ୨୦୨୩ ସୁଦ୍ଧା ନିର୍ମାଣାଧୀନ ୧୬୦୫ ପ୍ରକଳ୍ପର ଖର୍ଚ୍ଚ ୧୪,୧୩,୫୯୨.୮୮ କୋଟିରେ ପହଞ୍ଚିଛି । ଟାର୍ଗେଟଠାରୁ ଏହା ୫୧.୩୯ ପ୍ରତିଶତ ଅଧିକ ଥିବା ରିପୋର୍ଟରେ କୁହାଯାଇଛି । ଯଦି ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଏ, ତେବେ ଆଗାମୀ ଦିନରେ ବିଳମ୍ବ ଘଟୁଥିବା ପ୍ରକଳ୍ପ ସଂଖ୍ୟା ୫୯୮କୁ ହ୍ରାସ ପାଇବ ବୋଲି ଆଶା କରାଯାଉଛି । ଏହାବ୍ୟତୀତ ୪୧୩ଟି ପ୍ରକଳ୍ପର କାର୍ଯ୍ୟାରମ୍ଭ ତାରିଖ କିମ୍ବା କାର୍ଯ୍ୟ ଶେଷ ହେବା ତାରିଖ ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ମିଳିନଥିବା କୁହାଯାଇଛି । ବିଳମ୍ବ ତାଲିକାଭୁକ୍ତ ୮୦୦ ପ୍ରକଳ୍ପ ମଧ୍ୟରୁ ୧୯୪ଟି ପ୍ରକଳ୍ପ ୧-୧୨ ମାସ ବିଳମ୍ବରେ ଘଟିଥିବାବେଳେ ୧୭୫ଟି ପ୍ରକଳ୍ପ ୧୩-୨୪ ମାସ, ୩୦୬ଟି ପ୍ରକଳ୍ପ ୨୫-୬୦ ମାସ ଏବଂ ୧୨ଟି ପ୍ରକଳ୍ପ ୬୦ ମାସରୁ ଊର୍ଦ୍ଧ୍ୱ ସମୟ ବିଳମ୍ବରେ ଚାଲିଥିବା ଜଣାପଡିଛି । ଅପରପକ୍ଷରେ କହିବାକୁ ଗଲେ ଏହି ୮୦୦ ପ୍ରକଳ୍ପ ହାରାହାରି ୩୭ ମାସ ବିଳମ୍ବରେ ନିର୍ମିତ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking