28.1 C
Bhubaneswar
Saturday, April 27, 2024
Homeଓଡିଶାପୋଲିସର ବର୍ବରତା ପ୍ରତିବାଦରେ ଡିଜିପିଙ୍କୁ ସ୍ମାରକପତ୍ର

ପୋଲିସର ବର୍ବରତା ପ୍ରତିବାଦରେ ଡିଜିପିଙ୍କୁ ସ୍ମାରକପତ୍ର

କଟକ:  ପୋଲିସର ବର୍ବରତା ଓ ଆକ୍ରମଣ ପ୍ରତିବାଦରେ ଶୁକ୍ରବାର କେତେକ ସଚେତନ ନାଗରିକ ପୋଲିସ ମହାନିର୍ଦ୍ଦେଶକଙ୍କ ନିକଟରେ ଫେରାଦ ହୋଇଛନ୍ତି । ବିଶେଷ କରି ରାଜକନିକାରେ ପୋଲିସର ଆକ୍ରମଣକୁ ନିନ୍ଦା କରାଯିବା ସହ ଅଧିକାରୀଙ୍କ ଦବଙ୍ଗଗିରିକୁ ଘୋର ବିରୋଧ କରାଯାଇଛି । ସମ୍ପ୍ରତି ପୋଲିସ ଶହେବର୍ଷ ତଳର ପରାଧୀନ ଭାରତରେ ଇଂରେଜ ପୋଲିସ ଭଳି ବ୍ୟବହାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଅଭିଯୋଗକାରୀ ପ୍ରକାଶ କରିଛନ୍ତି । ଏପରିକି  ଶହେବର୍ଷ ତଳେ ଏ ଅଞ୍ଚଳର ଦୁଇଜଣ ସହିଦ୍ ବାସୁ ଓ ବିଶୁନି ଦେଶର ସ୍ୱାଧୀନତା ପାଇଁ ପୋଲିସ ଗୁଳିରେ ପ୍ରାଣତ୍ୟାଗ କରିଥିଲେ ।

ହେଲେ ଦେଶ ସ୍ୱାଧୀନତା ପାଇବା ପରେ ମଧ୍ୟ ପୋଲିସ ଚରିତ୍ର ନବଦଳବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସେହିଭଳି ଜନ ଆନ୍ଦୋଳନକୁ ଦମନ କରିବା ପାଇଁ ପୋଲିସ ବ୍ୟକ୍ତିଗତସ୍ତରକୁ ଯାଇ ରକ୍ତମୁଖା ହେବା କେତେଦୂର ଯୁକ୍ତିଯୁକ୍ତ ତାହାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ମଧ୍ୟ ଅଭିଯୋଗକାରୀ ଦାବି କରିଛନ୍ତି । ଏ ନେଇ ପୋଲିସ ଡିଜିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ, ରାଜକନିକା ଅଞ୍ଚଳରେ ଗତକାଲି ଘଟିଥିବା ଘଟଣାରେ ପୋଲିସର ଦମନଲୀଳା ଅତ୍ୟନ୍ତ ନିନ୍ଦନୀୟ । ଜନମତକୁ ବେଖାତିର କରି ଖରସ୍ରୋତାରୁ କମ୍ପାନୀ ପାଇଁ ଜଳନେବା ଓ ସ୍ଥାନୀୟ ଲୋକଙ୍କୁ ଜଳକଷ୍ଟ ଦେବାର ଏକ ସୁନିୟୋଜିତ ଷଡ଼ଯନ୍ତ୍ରକୁ ସେ ଅଞ୍ଚଳର ଆବାଳ-ବୃଦ୍ଧ-ବନିତା ଗଣତାନ୍ତ୍ରିକ ପନ୍ଥାରେ ବିରୋଧ କରିଆସୁଛନ୍ତି । ଗତ ରାତିରେ ଭାରିଗଦା ଅଞ୍ଚଳର ଗ୍ରାମଗୁଡ଼ିକରେ ପୋଲିସ ବିନାକାରଣରେ ଚଢ଼ଉ କରି ଏନ୍‌କାଉଣ୍ଟର୍ କରିବା ଧମକ ଦେଇଆସିଛି ।

ଲୋକଙ୍କ ଘର କବାଟ ଓ ଝରକା ଭାଙ୍ଗି ମହିଳାମାନଙ୍କୁ ଅଶ୍ଳୀଳ ଦୁର୍ବ୍ୟବହାର ଓ ଗାଳିଗୁଲଜ କରିଛି । ଏହା ପରାଧୀନ ଭାରତର ଇଂରେଜ ଶାସନର ପୁନରାବୃତ୍ତି ବୋଲି କୁହାଯାଇଛି । ପୁନଶ୍ଚ ଏଭଳି ଦମନ ଅଭିଯାନର ଜ୍ୟୋତିରଞ୍ଜନ ସାମନ୍ତରାୟ, ଉମାକାନ୍ତ ନାୟକ ପ୍ରମୁଖ ପୋଲିସ ଅଫିସରଙ୍କର ଅତୀତରେ ଏପରି ବହୁ କୁତ୍ସିତ ଜନବିରୋଧୀ ରେକର୍ଡ ରହିଛି । ସେମାନେ ଏକ ପଛୁଆ ଅଞ୍ଚଳକୁ ବଦଳିର ରାଗ ଯୋଗୁଁ କମ୍ପାନୀ ପାଇଁ ଲୋକଙ୍କ ଉପରେ ସୁଝାଉଥିବା ଭଳି ସଙ୍ଗିନ ଅଭିଯୋଗ କରିଛନ୍ତି । ତେଣୁ ରାଜ୍ୟ ପୋଲିସ ମୁଖ୍ୟ ଭାବେ ତୁରନ୍ତ ଲୋକଙ୍କ ଉପରେ ଏହି ଆକ୍ରମଣ ବନ୍ଦ କରିବାକୁ ନିବେଦନ କରାଯାଇଛି । ଏଥି ସହିତ ଏହି ଅଞ୍ଚଳରୁ ୧୪୪ ଧାରା ବାତିଲ କରି ଲୋକଙ୍କ ଗଣତାନ୍ତ୍ରିକ ଅଧିକାର ସୁନିଶ୍ଚିତ କରିବା ଏବଂ ଲୋକ ବିରୋଧୀ ଅଧିକାରୀଙ୍କ ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏଭଳି ଅରାଜକତାକୁ ବନ୍ଦ କରିବାକୁ ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking