30.1 C
Bhubaneswar
Friday, April 26, 2024
Homeକରୋନାଦେଶରେ ଅଣାୟତ କରୋନା : ଲାଗୁନି ସଂକ୍ରମିତ ଓ ମୃତ୍ୟୁରେ ରୋକ, ଆଜି ୩୮,୬୬୭ ଆକ୍ରାନ୍ତ...

ଦେଶରେ ଅଣାୟତ କରୋନା : ଲାଗୁନି ସଂକ୍ରମିତ ଓ ମୃତ୍ୟୁରେ ରୋକ, ଆଜି ୩୮,୬୬୭ ଆକ୍ରାନ୍ତ ଚିହ୍ନଟ, ୪୭୮ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ପୁଣି ବଢ଼ୁଛି କରୋନା ସଂକ୍ରମଣ। ଗତକାଲି ସଂକ୍ରମଣ ୪୦,୦୦୦ପାର କରିଥିବା ବେଳେ ଆଜି ସଂକ୍ରମଣ ୪୦,୦୦୦ପାଖାପାଖି ରହିଛି । ଏହା ସହ ମୃତ୍ୟୁସଂଖ୍ୟା ୪୦୦ଟପିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୮,୬୬୭କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୪୭୮ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୩,୨୧,୫୬,୪୯୩ ଓ ମୃତ୍ୟୁସଂଖ୍ୟା ୪,୩୦,୭୩୨ରେ ପହଞ୍ଚିଛି।

ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୩୫,୭୪୩ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତା ସଂଖ୍ୟା ୩,୧୩,୩୮,୦୮୮ରେ ପହଞ୍ଚିଛି। ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩,୮୭,୬୭୩।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତ ୨୪ଘଣ୍ଟାରେ ୬୩,୮୦,୯୩୭ଜଣଙ୍କୁ ଟିକା ଦିଆଯାଇଛି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୫୩,୬୧,୮୯,୯୦୩ ଜଣଙ୍କୁ ଟିକା ଦିଆଯାଇସାରିଛି। ଏହା ସହ ଅଗଷ୍ଟ ୧୩ ପର୍ଯ୍ୟନ୍ତ ସମୁଦାୟ ୪୯,୧୭,୦୦,୫୭୭ ନମୁନା ପରୀକ୍ଷା କରାଯାଇଥିବା ବେଳେ ଶୁକ୍ରବାର ଦିନ ୨୨,୨୯,୭୮୯ ନମୁନା ପରୀକ୍ଷା କରାଯାଇଛି |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking