29.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶରେକର୍ଡ ଭାଙ୍ଗିଲା ଜୁଲାଇ ମାସର ତାପମାତ୍ରା

ରେକର୍ଡ ଭାଙ୍ଗିଲା ଜୁଲାଇ ମାସର ତାପମାତ୍ରା

ନୂଆଦିଲ୍ଲୀ : ଚଳିତବର୍ଷ ଜୁଲାଇ ମାସର ତାପମାତ୍ରା ସବୁ ରେକର୍ଡ ଭାଙ୍ଗିଛି । ସାଧାରଣତଃ ଜୁଲାଇ ମାସରେ ତାପମାତ୍ରା ଅଧିକ ରହିଥାଏ, କିନ୍ତୁ ଏଥର ସବୁଠାରୁ ଅଧିକ ତାପମାତ୍ରା ରେକର୍ଡ ହୋଇଥିବା ଆମେରିକାର ସଂସ୍ଥା NOAA ପକ୍ଷରୁ ମିଳିଥିବା ତଥ୍ୟରୁ ଜଣାପଡିଛି । ତଥ୍ୟ ମୁତାବକ, ସମୁଦ୍ର ପୃଷ୍ଠ ଓ ଭୂପୃଷ୍ଠର ତାପମାତ୍ରା ୧.୬୭ ଫାରେନହାଇଟ୍ ବୃଦ୍ଧି ହୋଇଛି ।

ପୂର୍ବରୁ ହାରାହାରି ତାପମାତ୍ରା ୬୦.୪ ଡିଗ୍ରୀ ଫାରେନହାଇଟ ଥିବାବେଳେ ଚଳିତବର୍ଷ ଜୁଲାଇମାସର ତାପମାତ୍ରା ୬୨.୦୭ ଡିଗ୍ରୀ ଫାରେନହାଇଟ୍ ହୋଇଥିବା ଜଣାପଡିଛି । ଜଳବାୟୁ ପରିବର୍ତ୍ତନକୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ଏଭଳି ତତ୍ତ୍ୱ ପରିବେଶମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ୨୦୩୦ ସୁଦ୍ଧା ବିଶ୍ୱ ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ ବୋଲି ଗତ ସପ୍ତାହରେ ଜାତିସଂଘର IPCC ପକ୍ଷରୁ ଚେତାବନୀ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking