ଯାଜପୁର : ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍ ଟିଣା ପଞ୍ଚାୟତରେ ବନ୍ୟା ପ୍ରଭାବିତ ଲୋକ ଙକ ପାଇଁ ଆସିଥିବା ଚାଉଳକୁ ରାତି ଅଧରେ ଚୋରି କରି ନେଲେ ଦୁର୍ବୃତ। ସୂଚନା ମୁତାବକ ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ଆସିଥିବା ଚାଉଳ ବଣ୍ଟା ଯାଇ ବଳକା ଚାଉଳ ରାଜୀବ ଗାନ୍ଧି ସେବା କେନ୍ଦ୍ରର ରଖା ଯାଇଥିଲା। ଗ୍ରାମର କିଛି ଅସାମାଜିକ ଯୁବକ ଚାଉଳକୁ ରାତି ଅଧରେ ଚୋରି କରି ନେଇଛନ୍ତି । ସକାଳୁ ଦେଖିଲା ବେଳୁ ଚାଉଳ ରହିଥିବା ଘର କବାଟ ଖୋଲା ଥିଲା ଏବଂ ଫାଟକ ସାମ୍ନାରେ ଚାଉଳ ବିଞ୍ଚି ହୋଇ ପଡ଼ିଥିଲା। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଗ୍ରାମର ସୁମନ୍ତ ମଲିକ ଏହି ଚୋରି କରିଥିବା ସ୍ବୀକାର ମଧ୍ୟ କରିଛି। ତେବେ ଏହି ଚୋରି ପଛରେ ଆଉ କେଉଁ ମାନଙ୍କ ହାତ ଅଛି ତଦନ୍ତ କରୁଛି ବିଂଝାରପୁର ପୋଲିସ ।