କଟକ ନାବାଳିକା ଦୁଷ୍କର୍ମ ଘଟଣାକୁ ରାଜ୍ୟ ସରକାର ଘଣ୍ଟ ଘୋଡାଉଛନ୍ତି: ଏଆଇୟୁଡବ୍ଲୁସି

jajpur aiuwc

ଯାଜପୁର : କଟକ ଚାଉଳିଆଗଞ୍ଜ ଥାନା ଅଧୀନ ଗତିରାଉତ ପାଟଣା ନାବାଳିକା ଦୁଷ୍କର୍ମ ଘଟଣା କୁ 24 ଦିନ ହୋଇଯାଇଥିଲେ ମଧ୍ୟ ସି ଡବ୍ଲୁ ସି. ଗଠନ ନାମରେ ରାଜ୍ୟ ସରକାର ଦୋଷୀକୁ ଘଣ୍ଟ ଘୋଡାଉଛନ୍ତି ବୋଲି ଅଣ ସଂଗଠିତ ଶ୍ରମିକ କଂଗ୍ରେସର ରାଜ୍ୟ ଅଧକ୍ଷ ବିଦ୍ୟାଧର ମହାନ୍ତି ଦୃଢ଼ ନିନ୍ଦା କରିଛନ୍ତି । କଟକର ଚାଉଳିଆଗଞ୍ଜ ଥାନା ଅଧୀନରେ ଆଗରେ ଚିକେନ ଦୋକାନ କରି ପଛ ପଟ କୋଠରୀରେ ମଦ, ନିଶା ଇନଜେକସନ ଦେଇ ଅଭିଯୁକ୍ତମାନେ ଏପରି କାର୍ଯ୍ୟ କରିଆସୁଥିଲେ । ବହୁ ଦିନ ଧରି ଦେହଜିବିମାନଙ୍କୁ ନେଇ ବ୍ୟବସାୟ ଦୀର୍ଘଦିନ ଧରି ଚଳାଇ ଆସୁଥିବା ପୁଲିସର ଜ୍ଞାନ୍ତସାରରେ ହେଉଥିବା ସୂଚନା ମିଳେ । ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଘରୋଇ ବିଭାଗକୁ ହାତରେ ରଖିଥିଲେ ମଧ୍ୟ ରାଜ୍ୟରେ ଦିନକୁ ଦିନ ଦୁଷ୍କର୍ମ ଘଟଣା ବଢିବାକୁ ଲାଗିଛି। 2ବର୍ଷ ମଧ୍ୟରେ 120ରୁ ଉର୍ଦ୍ଧ ଦୁଷ୍କର୍ମ ଘଟଣା ଘଟିଯାଇଛି ।ଏଠାରେ ସୂଚନାଯୋଗ୍ୟ ମାଲକାନଗିରି ପୋଲିସ କ୍ୟାଣ୍ଟିନ ରେ ଆଦିବାସୀ ମହିଳା ସହ ଦୁଷ୍କର୍ମ ଓ ହତ୍ୟା ଘଟଣା, ବିରମିତ୍ରପୁର ଥାନା ଭିତରେ ଥାନା ଅଧିକାରୀ ଜଣେ ନାବାଳିକା ଆଦିବାସୀ ଝିଅକୁ 4ମାସ ଧରି ଦୁଷ୍କର୍ମ କରିବା ଘଟଣା ସମେତ ଅନେକ ଘଟଣା ରାଜ୍ୟ ସରକାର ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି । ପିପିଲି ର ବେବିନା, ଟିକିରି ର ଶିକ୍ଷୟତ୍ରୀ ଇତିଶ୍ରୀ ଓ ଆୟୁଷ ଡାକ୍ତରାଣୀ ମାଧବୀଲତା ସରକାର ବେଳେ ତଦନ୍ତ କରାଇଲେ ତାହା ରାଜ୍ୟ ବାସୀ ଭଲଭାବେ ଅବଗତ ଅଛନ୍ତି। ତେଣୁ ତିର୍ତୋଲ ପୀଡିତାଙ୍କ କ୍ଷେତ୍ରରେ ଏପରି ଘଟଣା ପୁନରାବୃତ୍ତି ହେଲେ ଦୁଷ୍କର୍ମକାରୀଙ୍କୁ ମଦଦ ଦେଉଥିବା ସରକାର ଓ ପୁଲିସ ପ୍ରଶାସନ ବିରୁଦ୍ଧରେ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ରାଜ୍ୟ ତମାମ ଆନ୍ଦୋଳନ କରିବାକୁ ବାଧ୍ୟ୍ୟ ହେବ। ରାଜ୍ୟ ସରକାର ପୀଡିତା ପରିବାରକୁ ପୁର୍ଣ ସୁରକ୍ଷା ଦେବା ସହ ପରିବାରକୁ ସାମାଜିକ ସୁରକ୍ଷା ପ୍ରଦାନ କରି 25ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିବାକୁ ରାଜ୍ୟ ଅଧକ୍ଷ ଶ୍ରୀ ମହାନ୍ତି ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here