40.1 C
Bhubaneswar
Saturday, April 27, 2024
Homeଓଡିଶାମେଣ୍ଟ ପାଇଁ ବିଜେଡିର ନିବେଦନକୁ ରିଜେକ୍ଟ କରିଛୁ : ଅପରାଜିତା

ମେଣ୍ଟ ପାଇଁ ବିଜେଡିର ନିବେଦନକୁ ରିଜେକ୍ଟ କରିଛୁ : ଅପରାଜିତା

ଭୁବନେଶ୍ୱର:‘ରାଜ୍ୟରେ ବିଜେପି ସହିତ ମେଣ୍ଟ କରିବାକୁ ବିଜେଡି କରିଥିଲା ନିବେଦନ। କିନ୍ତୁ ବିଜେପି ବିଜେଡିର ନିବେଦନକୁ ପ୍ରତ୍ୟାଖ୍ୟାନ କରିଛି।’ ରାଜ୍ୟରେ ବେଶ୍‌ କିଛି ଦିନ ଧରି ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଉପରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଥିବା ବେଳେ ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ କହିଛନ୍ତି, ରାଜ୍ୟ ସଭାପତି ଟ୍ୱିଟ୍ କରିବା ପରେ ସବୁ ସ୍ପଷ୍ଟ ହୋଇଯାଇଛି। ବିଜେପି ରାଜ୍ୟରେ ଏକାକୀ ଲଢ଼ିବ। ୨୧ଟି ଲୋକସଭା ଓ ୧୪୭ଟି ବିଧାନସଭା ଆସନରେ ଦଳ ପ୍ରାର୍ଥୀ ଦେବ। ଦଳର ସମସ୍ତ କାର୍ୟ୍ୟକର୍ତ୍ତାଙ୍କ ସହିତ ଓଡ଼ିଶାବାସୀ ଏହା ହିଁ ଚାହୁଁଥିଲେ। ମେଣ୍ଟ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଯେଉଁ ନିବେଦନ କରାଯାଇଥିଲା, ମୁଁ ଭାବୁଛି ଆମେ ତାକୁ ରିଜେକ୍ଟ କରିଛୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking