42.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଏହି ଦିନ କୋର୍ଟରେ ହାଜର ହେବେ କେଜ୍ରିୱାଲ

ଏହି ଦିନ କୋର୍ଟରେ ହାଜର ହେବେ କେଜ୍ରିୱାଲ

ନୂଆଦିଲ୍ଲୀ : ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ୬ ଦିନିଆ ରିମାଣ୍ଡରେ ନେଇଥିବା ବେଳେ ଏହି ସମୟରେ ଅବକାରୀ ନୀତି ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ କେଜ୍ରିୱାଲଙ୍କୁ ଜେରା କରାଯିବ। ରାଉଜ ଆଭିନ୍ୟୁ କୋର୍ଟ କେଜିୱାଲଙ୍କୁ ୨୮ ତାରିଖ ଯାଏ ଇଡି ହେପାଜତକୁ ପଠାଇ ଦେଇଛନ୍ତି।ଇଡି କେଜ୍ରିୱାଲଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ଏଥିପାଇଁ ଇଡି ପକ୍ଷରୁ ସଲିସିଟର ଜେନେରାଲ ଏସଭି ରାଜୁ ବଳିଷ୍ଠ ଯୁକ୍ତି ରଖିଥିଲେ। କୋର୍ଟରେ ଶୁଣାଣି ସମୟରେ ଅବକାରୀ ନୀତି ଦୁର୍ନୀତି ଘଟଣାର କିଙ୍ଗ ପିନ କେଜ୍ରିୱାଲ ବୋଲି ମଧ୍ୟ ସେ କହିଥିଲେ। ହେଲେ ଏହାକୁ କେଜ୍ରିୱାଲଙ୍କ ଓକିଲ ବିକ୍ରମ ଚୌଧୁରୀ ଖଣ୍ଡନ କରି ଏହି ଦୁର୍ନୀତିରେ କେଜ୍ରିୱାଲଙ୍କ କୌଣସି ଭୂମିକା ନଥିବା କଥା କହିଥିଲେ। କେଜ୍ରିୱାଲଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗକୁ ଆପର ଲିଗାଲ ଟିମ ବିରୋଧ କରିଥିବା ବେଳେ ଇଡି କରୁଥିବା ଦାବିରେ କୌଣସି ପ୍ରକାରର ସିଧାସଳଖ ପ୍ରମାଣ ନଥିବା ତାଙ୍କ ଓକିଲ କହିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking