42.1 C
Bhubaneswar
Saturday, April 27, 2024
Homeଓଡିଶାବାରହା ଆକ୍ରମଣରେ ଚାଷୀ ମୃତ

ବାରହା ଆକ୍ରମଣରେ ଚାଷୀ ମୃତ

ଭୁବନେଶ୍ୱର : ବାରହା ଆକ୍ରମଣ ଫଳରେ ଘଟଣା ସ୍ଥଳରେ ଚାଷୀଙ୍କ ମୃତ୍ୟୁ ହୋଇଥିଲା । ଏଭଳି ଘଟଣା ସାମ୍ନାକୁ ଆସିଛି ବାଙ୍କୀରୁ । ଶୁକ୍ରବାର ଚାଷୀ ଜଣକ ବିଲକୁ ଟମାଟୋ ତୋଳିବାକୁ ଯାଇଥିଲେ । ଏହି ସମୟରେ ତାଙ୍କୁ ବାରହା ଆକ୍ରମଣ କରିଥିଲା। ଯାହାଫଳରେ ଚାଷୀଙ୍କ ଜୀବନ ଚାଲିଯାଇଥିଲା । ତେବେ ସ୍ଥାନୀୟାଲୋକେ ଏହା ଦେଖି ସଂଗେ ସଂଗେ ପୋଲିସକୁ ଖବର ଜଣାଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଂଚି ମୃତ ଶରୀରକୁ ୧୦୮ ଯୋଗେ ବାଙ୍କୀ ଉପଖଣ୍ଡ ଡାକ୍ତରଖାନାକୁ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ତେବେ ପୂର୍ବରୁ ମଧ୍ୟ ବାରହା ଆକ୍ରମଣରେ ଅନେକ ଲୋକ ଆହତ ହୋଇଛନ୍ତି । ଏଥିପାଇଁ ଅଭିଯୋଗ କରିବା ସତ୍ୱେ ମଧ୍ୟ ବନ ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ଅନ୍ୟପଟେ ବାରମ୍ବାର ବାରହା ଆକ୍ରମଣ ପାଇଁ ସ୍ଥନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking