28.1 C
Bhubaneswar
Sunday, May 26, 2024
Homeଦେଶ ବିଦେଶରାଜଧାନୀରେ ରେକର୍ଡ ହେଲା ତାପମାତ୍ରା; ୫ ଡିଗ୍ରୀ ସେଲସିୟସରୁ ବି କମ୍‌

ରାଜଧାନୀରେ ରେକର୍ଡ ହେଲା ତାପମାତ୍ରା; ୫ ଡିଗ୍ରୀ ସେଲସିୟସରୁ ବି କମ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ ଶନିବାର ସର୍ବନିମ୍ନ ତାପମାତ୍ରା ୨.୨ ଡିଗ୍ରି ସେଲସିୟସ୍ ରେକର୍ଡ ହୋଇଛି। ଯାହା ହାରାହାରି ତାପମାତ୍ରାଠାରୁ ୫ ଡିଗ୍ରି ସେଲସିୟସ୍ କମ୍ ହୋଇଥିବା ବେଳେ ଚଳିତ ଋତୁର ଏ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ବୋଲି କୁହାଯାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏହି ସୂଚନା ଦେଇଛନ୍ତି। ସେହିପରି ଘନ କୁହୁଡି ଯୋଗୁ ପାଲମରେ ଦୃଶ୍ୟତା (ଭିଜିବିଲିଟି) ୫୦ ମିଟରକୁ ଖସି ଆସିଛି।

ତାପମାତ୍ରା ହ୍ରାସ ସାଙ୍ଗକୁ ବହଳ କୁହୁଡି ସଡକ ଓ ରେଳ ଯାତାୟାତକୁ ପ୍ରଭାବିତ କରିଛି। ଶନିବାର ଇନ୍ଦିରାଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟସ୍ଥ ପାଲାମ ଅବଜରଭେଟରୀରେ ପୂର୍ବାହ୍ନରେ ଭିଜିବିଲିଟି ମାତ୍ର ୨୫ ମିଟର ଥିଲା। ସେହିପରି ଶନିବାର କୁହୁଡି ଯୋଗୁ ୩୬ ଟ୍ରେନ୍ ୧ରୁ ୭ ଘଣ୍ଟା ବିଳମ୍ବରେ ଯାତ୍ରା କରୁଥିବାର ରେଳବାଇ ମୁଖପାତ୍ର କହିଛନ୍ତି। ଆଇଏମଡିଙ୍କ ଅନୁସାରେ ଯେତେବେଳେ ଭିଜିବିଲିଟି ଶୁନ୍ୟ ଓ ୫୦ ମିଟର ମଧ୍ୟରେ ରହିଯାଏ ସେତେବେଳେ କୁହୁଡି ବହଳ ହୋଇଯାଇଥାଏ।

ଦିଲ୍ଲୀ ପ୍ରାଥମିକ ପାଣିପାଗ କେନ୍ଦ୍ର ସଫଦରଜଙ୍ଗ ଶନିବାର ସର୍ବନିମ୍ନ ତାପମାତ୍ରା ୨.୨ ଡିଗ୍ରି ରେକର୍ଡ କରିଛି। ସେହିପରି ଲୋଧି ରୋଡ, ଆୟାନଗର ଓ ରିଜ ପାଣିପାଗ କେନ୍ଦ୍ରରେ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୩.୪ ଓ ୧.୫ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି। ପାଣିପାଗ ବିଭାଗ ଦିନବେଳା ମୁଖ୍ୟତଃ ଆକାଶ ସଫା ରହିବା ଓ ମଧ୍ୟମରୁ ଘନ କୁହୁଡି ପୂର୍ବାନୁମାନ କରିଥିବା ବେଳେ ଥଣ୍ଡାସ୍ଥିତିର ଅନୁମାନ କରିଛନ୍ତି। ଦିନରେ ସର୍ବାଧିକ ତାପମାତ୍ରା ୧୬ ଡିଗ୍ରି ସେଲସିୟସ୍ ଆଖପାଖରେ ରହିପାରେ ବୋଲି ପୂର୍ବାନୁମାନ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking