29.1 C
Bhubaneswar
Monday, May 6, 2024
Homeଓଡିଶାଅର୍ଚ୍ଚନା ହନିଟ୍ରାପ୍ ମାମଲା: କ୍ରାଇମ୍ ସିଣ୍ଡିକେଟ୍‌ରେ ବଡ଼ଧରଣର ଫାଟ!

ଅର୍ଚ୍ଚନା ହନିଟ୍ରାପ୍ ମାମଲା: କ୍ରାଇମ୍ ସିଣ୍ଡିକେଟ୍‌ରେ ବଡ଼ଧରଣର ଫାଟ!

ଭୁବନେଶ୍ୱର: ଅର୍ଚ୍ଚନା କ୍ରାଇମ୍ ସିଣ୍ଡିକେଟ୍‌ରେ ଦେଖାଦେଇଛି ବଡ଼ ଧରଣର ଫାଟ । ଜଣଙ୍କ ପରେ ଜଣେ ସଦସ୍ୟ ସିଣ୍ଡିକେଟ୍‌ରୁ ଓହରିବାରେ ଲାଗିଛନ୍ତି । ସିଣ୍ଡିକେଟ୍ ସଦସ୍ୟଙ୍କ ମଧ୍ୟରେ ବିଶ୍ୱାସଘାତକତା ସହ ପରସ୍ପରର ଗୋହି ଖୋଳା ଖୋଳି ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି । ପୁଲିସ ଏବଂ ଇଡି ତଦନ୍ତ ଚାଲିଥିଲା ବେଳେ କିଏ କାହାକୁ ଫସାଇଲା ସେ ନେଇ ଆରୋପ ପ୍ରତ୍ୟାରୋପ ମଧ୍ୟ ଜୋର ଧରିଛି । ବ୍ଲାକ୍‌ମେଲିଂର ମାଷ୍ଟରମାଇଣ୍ଡ କୁହାଯାଉଥିବା ଅର୍ଚ୍ଚନାଙ୍କ ସହ ତାଳ ଦେଇ ଏଥିରେ ଭାଗିଦାର ଥିବା ଶ୍ରଦ୍ଧାଞ୍ଚଳି ପ୍ରଥମେ ସିଣ୍ଡିକେଟ୍‌ରୁ ବାହାରିଯାଇଥିଲେ । ଏପରିକି ଅର୍ଚ୍ଚନାଙ୍କ ବିରୋଧରେ ଜୋରଜବରଦସ୍ତ ଦେହଜୀବୀ ସଜାଇବାର ଅଭିଯୋଗ ଆଣିଥିଲେ ଶ୍ରଦ୍ଧାଞ୍ଜଳି ଓରଫ୍ ଶ୍ରଦ୍ଧା । ଏହି ଅଭିଯୋଗରେ ଅର୍ଚ୍ଚନା ଏବଂ ଜଗବନ୍ଧୁଙ୍କୁ ପୁଲିସ ଗିରଫ କରିଥିଲା । ଏହାପରେ ଖାଗେଶ୍ୱର ସ୍ତ୍ରୀଙ୍କ ବୟାନ ଆଜି ଚହଳ ପକାଇଛି । ସେ କହିଛନ୍ତି ଯେ ‘ମୋ ସ୍ୱାମୀ ରାମଚନ୍ଦ୍ର’ । ସେ କିଛି ଭୁଲ କରିନାହାନ୍ତି । ସେ ନିର୍ଦ୍ଦୋଷ । ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ତାଙ୍କୁ ଫସାଇ ଦେଇଛନ୍ତି । ଆଉ କେଉଁଠି ନୁହେଁ, ବରଂ ଇଡି କାର୍ଯ୍ୟାଳୟରେ ତାଙ୍କୁ ଜେରା ଶେଷ ହେବା ପରେ ସେ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ।

ସୂଚନାଯୋଗ୍ୟ, ଖଗେଶ୍ୱରଙ୍କ ପତ୍ନୀ ପୁରୁଣା କାର୍ ସୋ ରୁମ୍ ସୁପ୍ରୀମ୍ ଅଟୋର ଜଣେ ଅଂଶୀଦାର ଥିଲେ । କୁହାଯାଉଛି, ଦିନଥିଲା ସାଙ୍ଗ ହୋଇ ଅଭିଯୁକ୍ତମାନେ କ୍ରାଇମ୍ ସିଣ୍ଡିକେଟ୍ ଚଳାଉଥିଲେ । ବୋଆଇନ ଭାବେ କୋଟି କୋଟି ଟଙ୍କା କମାଉଥିଲେ । ବଡ଼ ବଡ଼ିଆଙ୍କ ତାଲିକା ପ୍ରସ୍ତୁତ କରି ସେମାନଙ୍କୁ ବ୍ଲାକ୍‌ମେଲିଂ କରି କୋଟିରେ ଖେଳୁଥିଲେ । ସେହିପରି ବେଆଇନ ଭାବେ କମାଉଥିବା କଳାଟଙ୍କା କିଭଳି ଧଳା ହୋଇପାରିବ ସେ ନେଇ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରୁଥିଲେ । ଯୋଜନା ମୁତାବକ ସମସ୍ତେ ସମସ୍ତଙ୍କ କାମରେ ଲାଗିଯାଇ ବ୍ଲାକ୍‌ମନି ବଳରେ ରାଜ୍ୟର ପାୱାର କରିଡରେ ପତିଆରା ବିସ୍ତାର କରିବାକୁ ସ୍ୱପ୍ନ ଦେଖିଥିଲେ । ସିନେ ନିର୍ଦ୍ଦେଶକ ଅକ୍ଷୟ ପରିଜା ମାମଲା ସାମ୍ନାକୁ ଆସିବା ପରେ ସ୍ୱପ୍ନ ଭାଙ୍ଗିବା ଆରମ୍ଭ ହେଲା । ଏବେ ବିଭିନ୍ନ ତଦନ୍ତକାରୀ ସଂସ୍ଥାର ଘଣ୍ଟା ଘଣ୍ଟା ଧରି ଜେରା ଏବଂ ପ୍ରଶ୍ନବାଣର ସଣ୍ଡୁଆସି ଆକ୍ରମଣରେ ଏମାନଙ୍କ ମେଳି ଭାଙ୍ଗିବାରେ ଲାଗିଛି । ଟଙ୍କା କମାଉଥିଲା ବେଳେ ସାଙ୍ଗରେ ଥିବା ଗୋଟିଏ ପରେ ଗୋଟିଏ ସଦସ୍ୟ ଏବେ ଦୂରେଇବାରେ ଲାଗିଛନ୍ତି ନାଗ-ଚାନ୍ଦ ଦମ୍ପତିଙ୍କଠାରୁ । ଏପରିକି ସାଙ୍ଗ ହୋଇ ଗୋଟିଏ ଜେଲ୍‌ରେ ଥିବା ୩ ସଦସ୍ୟ ପରସ୍ପର ବିରୋଧୀ ପାଲଟିଲେଣି । ଅନ୍ୟପକ୍ଷରେ ଖଗେଶ୍ୱର ଏବଂ ଅର୍ଚ୍ଚନାଙ୍କ ଚାଟାର୍ଡଆକାଉଣ୍ଟ୍‌ଟାଣ୍ଟ ମନୋଜ ପ୍ରଧାନଙ୍କୁ ଇଡି ଆଜି ଜେରା କରିଥିଲା । କଳାଟଙ୍କା କିଭଳି ଧଳା କରିବାରୁ ସୋମନେ ଉଦ୍ୟମ କରୁଥିଲେ ।

ସିଣ୍ଡିକେଟ୍ ସଦସ୍ୟମାନେ ମିଳିମିଶି ଖୋଲିଥିବା କମ୍ପାନୀ କ’ଣ ସେଲ୍ କମ୍ପାନୀ ? ତାଙ୍କ ଆକାଉଣ୍ଟ କିଭଳି ମ୍ୟାନେଜ୍ ହେଉଥିଲା । ସେ ନେଇ ଚାଟାର୍ଡଆକାଉଣ୍ଟ୍‌ଟାଣ୍ଟଙ୍କୁ ଇଡି ପଚରା ଉଚରା କରିଥିବା ଜଣାପଡିଛି । ସେ ଜେରା ପରେ ଗଣମାଧ୍ୟମକୁ କହିଛନ୍ତି, ଆଦିତ୍ୟ ପ୍ରେଷ୍ଟିଜ୍ ଆଗ୍ରୋ ନାମରେ ଏକ କମ୍ପାନୀ ଖୋଲାଯାଇଥିଲା । ଏଥିପାଇଁ ସେମାନେ ୧୦ ଲକ୍ଷ ଟଙ୍କା ରଖିଥିଲେ । ହେଲେ ପରବର୍ତ୍ତୀ ସମୟରେ ଉକ୍ତ କମ୍ପାନୀ ବନ୍ଦ ହୋଇଯାଇଥିଲା । କମ୍ପାନୀ କ’ଣ ପାଇଁ ବନ୍ଦ ହେଲା ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ମିଳିଥିବା ସୂଚନା ମୁତାବକ ଗାଡି ସୋରୁମ୍‌ରେ ଅର୍ଚ୍ଚନାଙ୍କ ମନିଲଣ୍ଡ୍ରିଂର ଗୁମର ଲୁଚିଛି । ଏଥିପାଇଁ ଇଡି ପ୍ରଥମରୁ ଗାଡି ଏବଂ ଏହା ସମ୍ପର୍କିତ ସମସ୍ତ ସୁରାକ ଯୋଗଡ଼ କରିବାରେ ଲାଗିଛି । ଅନ୍ୟପକ୍ଷରେ ଜଗବନ୍ଧୁଙ୍କ ଦସ୍ତଖତ ସଂଗ୍ରହ କରିଛି ଖଣ୍ଡଗିରି ପୁଲିସ । ଝାରପଡା ଜେଲରେ ତାଙ୍କ ଦସ୍ତଖତ ସଂଗ୍ରହ କରାଯାଇଛି । ତାଙ୍କ ଘରୁ ମିଳିଥିବା ବିଭିନ୍ନ ଜବତ କାଗଜପତ୍ରରେ ଜଗବନ୍ଧୁଙ୍କ ଦସ୍ତଖତ ଥିଲା । ଏଠାରୁ ନିଆଯାଇଥିବା ଦସ୍ତଖତ ସାମ୍ପୁଲ ସହ ଉକ୍ତ ଦସ୍ତଖତ ଗୁଡିକ ମେଳ କରାଯିବ । ଏଥିପାଇଁ ଏହି ଦସ୍ତଖତ ନମୁନାକୁ ସିଗ୍‌ନେଚର ବ୍ୟୁରୋକୁ ପଠାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking