29.1 C
Bhubaneswar
Sunday, May 19, 2024
Homeଖେଳମହିଳା ଆଇପିଏଲ ପାଇଁ ଜାନୁୟାରୀ ୨୧ ପରେ ସ୍ପଷ୍ଟ ହେବ ଟିମ; ଡେଡଲାଇନ ଧାର୍ଯ୍ୟ କଲା...

ମହିଳା ଆଇପିଏଲ ପାଇଁ ଜାନୁୟାରୀ ୨୧ ପରେ ସ୍ପଷ୍ଟ ହେବ ଟିମ; ଡେଡଲାଇନ ଧାର୍ଯ୍ୟ କଲା ବିସିସିଆଇ

ନୂଆଦିଲ୍ଲୀ: ଆଇପିଏଲ ଆଧାରରେ ୨୦୨୩ରେ ମହିଳା ଆଇପିଏଲ ଆୟୋଜନ ହେବାକୁ ଯାଉଛି । ଏଥିପାଇଁ ବିସିସିଆଇ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଏପରିକି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ଖେଳାଳିଙ୍କୁ ଡଓଚଖ ପାଇଁ ଜାନୁଆରୀ ୨୬ ଯାଏ ଟାଇମ ଅକ୍ସନ ରେଜିଷ୍ଟ୍ରେସନ ପାଇଁ ସମୟ ଦିଆଯାଇଛି । ଫେବ୍ରୁଆରୀରେ ଲିଗ୍ ପାଇଁ ଅକ୍ସନ ହୋଇପାରେ । ତେବେ ଏହାକୁ ମହିଳା ଆଇପିଏଲ ନୁହେଁ, ମହିଳା ଟି-୨୦ ଲିଗ୍ ୨୦୨୩ ନାଁରେ ବିସିସିଆଇ ଡକ୍ୟୁମେଣ୍ଟ କରିଛି ।

କ୍ରିକବଜର ରିପୋର୍ଟ ଅନୁସାରେ ଭାରତୀୟ ଖେଳାଳିଙ୍କୁ ପଠାଯାଇଥିବା ଗାଇଡଲାଇନ ଡକ୍ୟୁମେଣ୍ଟରେ, ବିସିସିଆଇ କ୍ୟାପ୍ଡ ଏବଂ ଅନକ୍ୟାପ୍ଡ ଉଭୟ ଖେଳାଳିଙ୍କୁ ପ୍ଲେୟର ଅକ୍ସନ ପାଇଁ ପଞ୍ଜିକରଣ ଲାଗି ଅନଲାଇନ ରେଜିଷ୍ଟ୍ରେସନ କରିବାକୁ କହିଛି । ତେବେ ଜାନୁଆରୀ ୨୬ ସଂଧ୍ୟା ୫ଟା ଯାଏଁ ପଞ୍ଜିକରଣ କରିପାରିବେ । ଅନ୍ତରାଷ୍ଟ୍ରୀୟ ଖେଳାଳିଙ୍କ ପାଇଁ ତିନି ରିଭର୍ସ ପ୍ରାଇସ ବର୍ଗ ରହିଛି, ଏଥିରେ ୫୦ ଲକ୍ଷ, ୪୦ ଲକ୍ଷ ଏବଂ ୩୦ ଲକ୍ଷର ବର୍ଗ ସାମିଲ ରହିଛି । ଏହା ଧନରାଶିରୁ ନିଲାମୀ ଡକରା ଆରମ୍ଭ କରାଯିବ । ସେହିପରି ଅନକ୍ୟାପ୍ଡ ଖେଳାଳିଙ୍କ ପାଇଁ ୨୦ ଲକ୍ଷ ଏବଂ ୧୦ ଲକ୍ଷର ଟଙ୍କା ଦୁଇ ବର୍ଗ ରଖାଯାଇଛି । ପାଞ୍ଚଟି ଟିମକୁ ନେଇ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯିବ ।

ତେବେ ବର୍ତ୍ତମାନ ସୁଦ୍ଧା ଟିମ ଗୁଡିକର ନାଁ ଘୋଷଣା ହୋଇ ନାହିଁ । ରିପୋର୍ଟ ଅନୁସାରେ ମୁମ୍ୱାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜ୍ ନିଜ ଟିମ ଓହ୍ଲାଇବାକୁ ଆଗ୍ରହ ପ୍ରକାଶ କରିଛି । ମହିଳା ଆଇପିଏଲ ପାଇଁ ଜାନୁଆରୀ ୧୬ରେ ମିଡିଆ ରାଇଟ୍ସ ଅକ୍ସନ କରାଯିବ । ଲିଗରେ କେଉଁ କେଉଁ ଟିମ୍ ସାମିଲ ହେବେ ଜାନୁଆରୀ ୨୧ ପରେ ତାହା ସ୍ପଷ୍ଟ ହେବ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking