35.1 C
Bhubaneswar
Monday, June 17, 2024
Homeଦେଶ ବିଦେଶଯୁଦ୍ଧବିରତୀ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲା ୟୁକ୍ରେନ; ଚାଲିଛି ଘମାଘୋଟ ଯୁଦ୍ଧ

ଯୁଦ୍ଧବିରତୀ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲା ୟୁକ୍ରେନ; ଚାଲିଛି ଘମାଘୋଟ ଯୁଦ୍ଧ

ରଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ୩୬ ଘଂଟିଆ ଯୁଦ୍ଧବିରତିକୁ ପ୍ରତ୍ୟାଖାନ କରିଛି ୟୁକ୍ରେନ୍ । ଅସ୍ତ୍ରବିରତି ସ୍ୱତେ ୟୁକ୍ରେନ ପକ୍ଷରୁ ସୀମାରେ ଆକ୍ରମଣ କରାଯାଇଥିବା ରୁଷ ଅଭିଯୋଗ କରିଛି । ହେଲେ ରୁଷର ଏହି ଅଭିଯୋଗକୁ ୟୁକ୍ରେନ ପ୍ରତ୍ୟାଖାନ କରିଛି । ୟୁକ୍ରେନ ପକ୍ଷରୁ କୁହାଯାଇଛି ରୁଷ୍ ଅସ୍ତ୍ରବିରତି ଭିତରେ ଆକ୍ରମଣ କରିବାରୁ ଜବାବ ଦେଇଛି କିଭ୍ ସେନା ।

ଖ୍ରୀଷ୍ଟମାସ ପାଇଁ ପୁଟିନ୍ ଶୁକ୍ରବାର ରାତି ୧୨ଟାରୁ ୩୬ ଘଂଟିଆ ଯୁଦ୍ଧବିରତି ଘୋଷଣା କରିଥିଲେ । ହେଲେ ପୁଟିନଙ୍କ ଯୁଦ୍ଧବିରତି ଘୋଷଣାକୁ ପ୍ରତ୍ୟାଖାନ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦାମିର ଜେଲେନସ୍କି । ସେ କହିଛନ୍ତି,‘ପୁଟିନଙ୍କ ଏଭଳି ଯୁଦ୍ଧବିରତି ଏକ ଚାଲ୍ । ଏହାଦ୍ୱାରା ଋଷ ସେନା ବିତାଡିତ ହୋଇଥିବା ପୂର୍ବ ଡୋନାବାସ ପ୍ରଦେଶକୁ ପୁଟିନ୍ ଅଧିକ ସେନା, ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟ ମିଲିଟାରୀ ସରଞ୍ଜାମ ପଠାଇପାରିବେ । ତେବେ ଯୁଦ୍ଧ ସେତେବେଳେ ସରିବ ଯେବେ ଋଷ ସେନା ୟୁକ୍ରେନ ଛାଡି ଚାଲିଯିବେ ନଚେତ୍ ଯେବେ ଆମେ ତାଙ୍କୁ ବିତାଡିତ କରିଦେବୁ ।’

ଅର୍ଥଡକ୍ସ କ୍ରିସମାସ୍ ଅବସରରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ ଅସ୍ତ୍ରବିରତି ଘୋଷଣା କରିଥିଲେ ସୁଦ୍ଧା କ୍ରେମଲିନ୍ ତାହାକୁ ଉଲଙ୍ଘନ କରିଥିବା ନେଇ ୟୁକ୍ରେନ ଦାବି କରିଛି । ଏହି ଅସ୍ତ୍ରବିରତି ଘୋଷଣା ମଧ୍ୟରେ ରୁଷ ସେନା ୟୁକ୍ରେନର ଗିର୍ଜା ଉପରେ ବଡ ଧରଣର ଆକ୍ରମଣ କରିବାକୁ ଯୋଜନା କରୁଥିବା ନେଇ ସନ୍ଦେହ କରୁଛି ୟୁକ୍ରେନ ।

ୟୁକ୍ରେନ-ରୁଷିଆ ଯୁଦ୍ଧ

–ଆଗାମୀ ଦିନରେ ଆକ୍ରମଣକୁ ଆହୁରି ବଢାଇ ପାରନ୍ତି ପୁଟିନ୍
– ପୁଟିନଙ୍କ ଲକ୍ଷ୍ୟ, କିଭକୁ ଦଖଲ କରିବା
– ଅସ୍ତ୍ରବିରତି ଘୋଷଣା ପରେ ବି ଆକ୍ରମଣର ଅଭିଯୋଗ ଆଣିଲା ୟୁକ୍ରେନ
– ୟୁକ୍ରେନର ଅଭିଯୋଗକୁ ଖଣ୍ଡନ କଲା ରୁଷିଆ ପ୍ରତିରକ୍ଷା ବିଭାଗ

ଫେବୃଆରୀ ୨୪, ୨୦୨୨ ତାରିଖରୁ ୟୁକ୍ରେନ ଉପରେ ଆକ୍ରମଣ କରି ଆସୁଛି ରୁଷିଆ । ଯୁଦ୍ଧ ଆରମ୍ଭ ହେବାକୁ ୧୧ ମାସର ସମୟ ବିତି ସାରିଥିଲେ ବି ବର୍ତମାନ ସୁଦ୍ଧା ପୁଟିନଙ୍କ ସେଭଳି ଆଖି ଦୃଷ୍ଟିଆ ସଫଳତା ମିଳି ପାରି ନାହିଁ । ସେପଟେ ଆମେରିକା ଓ ପାଶ୍ଚାତ୍ୟ ଦେଶ ୟୁକ୍ରେନକୁ ଯେଉଁଭଳି ଭାବେ ସାହାଯ୍ୟ କରି ଆସୁଛନ୍ତି ତାକୁ ବି ସହ୍ୟ କରିପାରୁନି ରୁଷିଆ । ଏସବୁ ଭିତରେ କଣ ହେବ ୟୁକ୍ରେନ ଓ ରୁଷିଆର ଭବିଷ୍ୟତ ଆଉ କେବେ ଶେଷ ହେବ ଯୁଦ୍ଧ ତାହା ଦେଖିବାକୁ ଅପେକ୍ଷା ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking