28.1 C
Bhubaneswar
Saturday, April 27, 2024
Homeଓଡିଶାପୁରୀ ରଥଯାତ୍ରା ମାମଲାର ଶୁଣାଣି କରିବେ ମୁଖ୍ୟ ବିଚାରପତି

ପୁରୀ ରଥଯାତ୍ରା ମାମଲାର ଶୁଣାଣି କରିବେ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ : ରଥଯାତ୍ରା ପାଇଁ ବଢୁଛି ଆଶା। ପୁରୀରେ ମହାପ୍ରଭୁଙ୍କ ତିନି ରଥ ପାଇଁ ତିନି ବାଡ଼ରୁ ଆଜ୍ଞାମାଳ ବିଜେ ହୋଇସାରିଛି। ଅନ୍ୟପଟେ ତିନି ଜଣିଆ ଖଣ୍ଡପୀଠକୁ ଗଲା ପୁରୀ ରଥଯାତ୍ରା ମାମଲା। ମାମଲାର ଶୁଣାଣି କରିବେ ମୁଖ୍ୟ ବିଚାରପତି। ଏଥିପାଇଁ ସେ ସମ୍ମତି ପ୍ରକାଶ କରିଛନ୍ତି। ଏନେଇ ଜଷ୍ଟିସ ଅରୁଣ ମିଶ୍ର ଜଣାଇଛନ୍ତି। ସଲିସିଟର ଜେନେରାଲ ତୁଷାର ମେହତାଙ୍କ ଦ୍ବାରା ଉପସ୍ଥାପନା କରାଯାଇଥିବା ଯୁକ୍ତି ବିଷୟରେ ଶୁଣାଣି ପାଇଁ ସମ୍ମତି ଜଣାଇଲେ। ଆଉ ଅଳ୍ପ କିଛି ସମୟ ପରେ ଏନେଇ ଶୁଣାଣି ଆରମ୍ଭ ହେବ। ନାଗପୁର ସ୍ଥିତ ଘରୁ ଭିଡ଼ିଓ କନଫରେନସିଂ ଜରିଆରେ ଶୁଣାଣି କରିବେ ମୁଖ୍ୟ ବିଚାରପତି ଏସ୍ . ଏ ବୋବଡ଼େ। ତିନିଜଣିଆ ଖଣ୍ଡପୀଠ ସିଜେଆଇ ଏସ୍ .ଏ ବୋବଡ଼େ , ଜଷ୍ଟିସ ଦିନେଶ ମାହେଶ୍ୱରୀ ଓ ଜଷ୍ଟିସ ଏ ଏସ ବୋପନ୍ନା। ଏହି ତିନି ଜଣିଆ ଖଣ୍ଡପୀଠ ଗତ ୧୮ ତାରିଖରେ ମଧ୍ୟ ଶୁଣାଣି କରିଥିଲେ।

ବର୍ଷବର୍ଷ ଧରି ଚାଲି ଆସୁଥିବା ପରମ୍ପରା କୁ ବନ୍ଦ କରାନ ଯାଉ। ଯଦି ଥରେ ରଥଯାତ୍ରା ବନ୍ଦ ହୁଏ ତାହେଲେ ୧୨ ବର୍ଷ ଯାଏଁ ଆଉ ହୋଇପାରିବ ନାହିଁ । ତେଣୁ ଆସନ୍ତାକାଲି ଯଦି ମହାପ୍ରଭୁ ନବାହାରିବେ , ତେବେ ୧୨ ବର୍ଷ ଯାଏଁ ବାହାରିବେନି। ଗଣମାଧ୍ୟମ ଜରିଆରେ ରଥଯାତ୍ରାର ସିଧା ପ୍ରସାରଣ ପାଇଁ ସଲିସିଟର ଜେନେରାଲ ତୁଷାର ମେହତା ପ୍ରସ୍ତାବ ଦେଇଛନ୍ତି। ଏଥିସହ କେନ୍ଦ୍ରର କିଛି ପ୍ରସ୍ତାବ ଜଣାଇଲେ ସଲିସିଟର ଜେନେରାଲ। କେବଳ ନେଗେଟିଭ ଟେଷ୍ଟ ସେବାୟତଙ୍କୁ ଯାତ୍ରାରେ ସାମିଲ କରାଯାଉ। କୋଭିଡ଼ ସଂକ୍ରମଣ ନ ହେବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇପାରିବେ। ଦିନକ ପାଇଁ ପୁରୀରେ କର୍ଫ୍ୟୁ ଜାରି କରାଯାଇପାରିବ। ଏହି ପ୍ରସ୍ତାବରେ ରାଜ୍ୟ ସରକାର ମଧ୍ୟ ସହମତ ଅଛନ୍ତି। ରାଜ୍ୟସରକାରଙ୍କ ଓକିଲ ହରିଶ ସାଲଭେ ସଲିସିଟର ଜେନେରାଲଙ୍କ ପ୍ରସ୍ତାବେକୁ ସମର୍ଥନ କରିଛନ୍ତି। କିଛି ସୁରକ୍ଷା  ବ୍ୟବସ୍ଥା ସହ ରଥଯାତ୍ରା କରିବାକୁ ସେ ମଧ୍ୟ ଏକମତ ହୋଇଛନ୍ତି।
ଗତ ୧୮ ତାରିଖରେ ସୁପ୍ରିମ କୋର୍ଟ ପକ୍ଷରୁ ଓଡ଼ିଶାରେ କୌଣସି ସ୍ଥାନରେ ରଥଯାତ୍ରା ନକରିବା ପାଇଁ ଶୁଣାଣି କରିଥିଲେ। କରୋନା ମହାମାରୀ ସମୟରେ ରଥଯାତ୍ରା କଲେ ୧୦ ଲକ୍ଷ ଭକ୍ତ ଏକାଠି ହେବେ , ଯାହାଦ୍ବାରା ସଂକ୍ରମଣର ଭୟ ଅଧିକ ରହିବ। କିନ୍ତୁ ଗଜପତି ମହାରାଜ କହିଥିଲେ େଯ , କୋଭିଡ଼ ନିୟମାବଳୀକୁ ମାନି ବିନା ଭକ୍ତରେ ମୂଳ ପୀଠ ପୁରୀରେ ଯାତ୍ରା କରିହେବ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking