28.1 C
Bhubaneswar
Wednesday, April 24, 2024
Homeକରୋନାମହାରାଷ୍ଟ୍ରରେ ୨୪ ଘଣ୍ଟା ରେ ୫୫ ପୋଲିସ କର୍ମୀ କରୋନା ପଜେଟିଭ

ମହାରାଷ୍ଟ୍ରରେ ୨୪ ଘଣ୍ଟା ରେ ୫୫ ପୋଲିସ କର୍ମୀ କରୋନା ପଜେଟିଭ

ନୂଆଦିଲ୍ଲୀ: ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।  ଭାରତରେ କରୋନା ରୋଗୀଙ୍କ ସଂଖ୍ୟା କମିବାର ନାଁ ନେଉନାହିଁ ।  ଏବେ ଦଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪.୨୫ ଲକ୍ଷ ପାର୍ ହୋଇଯାଇଛି ।  ତେବେ ଆଶ୍ବସ୍ତିର ବିଷୟ ହେଲା ଯେ , ୨ ଲକ୍ଷ ୩୭ ହଜାର ୧୯୬ ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଲେଣି ।  ଆଇସିଏମଆରଙ୍କ ରିପୋର୍ଟ ମୁତାବକ, ଦେଶରେ ୬୯ ଲକ୍ଷ ୫୦ ହଜାର ୪୯୩ ଜଣ ଲୋକଙ୍କ କରୋନା ଯାଞ୍ଚ  ସରିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ରାଳୟ ଦେଇଥିବା ସୂଚନା ଅନୁସାରେ, ଦେଶରେ କରୋନାରେ ସଂକ୍ରମିତ ଥିବା ବ୍ୟକ୍ତିଙ୍କ ମଧ୍ୟରୁ ୫୫.୪୯ ପ୍ରତିଶତ ଲୋକ ସୁସ୍ଥ ହୋଇସାରିଛନ୍ତି ।  ଅନ୍ୟପଟେ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧.୩୨ ଲକ୍ଷ ପାର୍ କରିସାରିଛି ।  ମହାରାଷ୍ଟ୍ର ପୋଲିସଙ୍କ ମଧ୍ୟରେ ଗତ ୨୪ ଘଣ୍ଟା ରେ ୫୫ଟି ନୂଆ ମାମଲା ସାମ୍ନାକୁ ଆସିଛି । ସେମାନଙ୍କ ମଧ୍ୟରେ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଥିବା ସୂଚନା ରହିଛି । ତେବେ ସମୁଦାୟ ଉପରେ ୪,୧୦୩ ଜଣ ପୋଲିସ କର୍ମୀ ମହାରାଷ୍ଟ୍ରରେ କରୋନାରେ ସଂକ୍ରମିତ ହୋଇଛନ୍ତି ।
https://onakhabar.com/2020/06/22/143-corona-positive-identified-in-odisha-2/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking