28.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶ୬ ବର୍ଷରେ ଶିଶୁ ମୃତ୍ୟୁ ଦରରେ ଦ୍ରୁତ ଅବନତି: ୫ ବର୍ଷରୁ କମ୍ ବୟସ୍କ ଶିଶୁଙ୍କ...

୬ ବର୍ଷରେ ଶିଶୁ ମୃତ୍ୟୁ ଦରରେ ଦ୍ରୁତ ଅବନତି: ୫ ବର୍ଷରୁ କମ୍ ବୟସ୍କ ଶିଶୁଙ୍କ କ୍ଷେତ୍ରରେ ୨ ପଏଣ୍ଟ୍ ହ୍ରାସ

ବାଳକଙ୍କ ତୁଳନାରେ ବାଳିକାଙ୍କ ମୃତ୍ୟୁ ଦର ଏବେ ବି ଅଧିକ
ନୂଆଦିଲ୍ଲୀ : ଶିଶୁ ମୃତ୍ୟୁଦର କମ୍ କରିବାରେ ଭାରତ ଇତିମଧ୍ୟରେ ବଡ଼ ଉପଲବ୍ଧି ହାସଲ କରିଛି । ରେଜିଷ୍ଟ୍ରାର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଆର୍‌ଜିଆଇ)ଙ୍କ ପକ୍ଷରୁ ଜାରି ସାମ୍ପଲ୍ ରେଜିଷ୍ଟ୍ରେସନ୍ ସିଷ୍ଟମ୍ (ଏସ୍‌ଆର୍‌ଏସ୍‌) ଷ୍ଟାଟିଷ୍ଟିକାଲ୍ ରିପୋର୍ଟ ୨୦୨୦ ଅନୁସାରେ ୨୦୨୦ରେ ପ୍ରତି ୧୦୦୦ ଶିଶୁଙ୍କ ମଧ୍ୟରେ ୨୮ ଜଣଙ୍କର ମୃତ୍ୟୁ ହୋଇଛି । ୨୦୧୪ରେ ଏହି ସଂଖ୍ୟା ୩୯ ଥିବାବେଳେ ୨୦୧୯ରେ ୩୦ ଥିଲା । ଦେଶରେ ଏକବର୍ଷରୁ କମ୍ ଶିଶୁଙ୍କ ମୃତ୍ୟୁଦର (ଆଇଏମ୍‌ଆର୍‌), ୫ ବର୍ଷରୁ କମ୍ ଶିଶୁଙ୍କ ମୃତ୍ୟୁଦର (ୟୁ୫ଏସ୍‌ଆର୍‌) ଏବଂ ନବଜାତ ମୃତ୍ୟୁ ଦର (ଏନ୍‌ଏମ୍‌ଆର୍‌)ରେ ୨୦୧୪ରୁ ଦ୍ରୁତ ହ୍ରାସ ରେକର୍ଡ କରାଯାଇଛି । ନୂଆ ଏସ୍‌ଆର୍‌ଏସ୍ ରିପୋର୍ଟ ୨୦୧୯ ଏବଂ ୨୦୧୪ ମଧ୍ୟରେ ରେକର୍ଡ କରାଯାଇଥିବା ଅନ୍ତର ଏହା ଦର୍ଶାଉଛି ।

ଏକବର୍ଷ ମଧ୍ୟରେ ୟୁ୫ଏମ୍‌ଆର୍‌ରେ ୩ ପଏଣ୍ଟ୍‌ର ହ୍ରାସ ଘଟିଛି । ୨୦୧୯ରେ ୧୦୦୦ ଜୀବିତ ଶିଶୁଙ୍କ ମଧ୍ୟରୁ ୩୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୨୦ରେ ଏହି ସଂଖ୍ୟା ୩୨କୁ ଖସିଆସିଛି । ଏହା ଗ୍ରାମୀଣ ଅଞ୍ଚଳରେ ୩୨ ହୋଇଥିବା ବେଳେ ସହରାଞ୍ଚଳରେ ୨୧ ରେକର୍ଡ କରାଯାଇଛି । ମୃତ୍ୟୁ ଦରରେ ବାର୍ଷିକ ହ୍ରାସ ଦର ୮,.୬% ରେକର୍ଡ କରାଯାଇଛି । ୫ ବର୍ଷରୁ କମ୍ ବୟସର ଶିଶୁକନ୍ୟା (୩୩)ଙ୍କ ମୃତ୍ୟୁ ଦର ଶିଶୁପୁତ୍ର (୩୧)ଙ୍କ ତୁଳନାରେ ଅଧିକ ରହିଛି । ଏକବର୍ଷରେ ଏହି ଦରରେ ଯଥାକ୍ରମେ ୪ ପଏଣ୍ଟ ଓ ୩ ପଏଣ୍ଟ୍ ହ୍ରାସ ଦେଖାଦେଇଛି। ରାଜ୍ୟସ୍ତରରେ ଦେଖିଲେ ୟୁ୫ଏମ୍‌ଆର୍‌ରେ ସବୁଠୁ ଅଧିକ ୫ ପଏଣ୍ଟ୍‌ର ହ୍ରାସ ଉତ୍ତର ପ୍ରଦେଶ ଏବଂ କର୍ଣ୍ଣାଟକରେ ଦେଖାଯାଇଛି ।
ଆଲମ୍‌ଆର୍‌ରେ ଏକବର୍ଷରେ ୨ ପଏଣ୍ଟର ହ୍ରାସ ରେକର୍ଡ କରାଯାଇଛି ।

୨୦୧୯ରେ ପ୍ରତ୍ୟେକ ୧୦୦୦ ଶିଶୁଙ୍କ ମଧ୍ୟରୁ ୩୦ ଜଣଙ୍କର ମୃତ୍ୟୁ ହେଉଥିବା ବେଳେ ୨୦୨୦ରେ ଏହି ସଂଖ୍ୟା ୨୮କୁ ଖସିଆସିଛି । ସେହିପରି ଏନ୍‌ଏମ୍‌ଆର୍‌ରେ ମଧ୍ୟ ୨ ପଏଣ୍ଟର ହ୍ରାସ ଦେଖାଯାଇଛି । ୨୦୧୯ରେ ୧୦୦୦ ନବଜାତକଙ୍କ ମଧ୍ୟରୁ ୨୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୨୦ରେ ଏହା କମି ୨୦ରେ ପହଞ୍ଚିଛି । ଶିଶୁ ମୃତ୍ୟୁ ଦରରେ ହ୍ରାସ ଘଟିଥିବା କାରଣରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଶୁକ୍ରବାର ଟ୍ୱିଟ୍‌କରି ଦେଶର ସମସ୍ତ ସ୍ୱାସ୍ଥ୍ୟକର୍ମୀ, କେୟାର୍‌ଗିଭର୍ସ ଏବଂ କମ୍ୟୁନିଟି ମେମ୍ବରଙ୍କୁ ବଧାଇ ଜଣାଇଛନ୍ତି । ସେ କହିଛନ୍ତି, ୨୦୩୦ ସୁଦ୍ଧା ଜାତିସଂଘର ସତତ ବିକାଶ ଲକ୍ଷ୍ୟ (ଏସ୍‌ଡିଜି)କୁ ପୂରଣ କରିବା ଭାରତର ଲକ୍ଷ୍ୟ ରହିଛି ଏବଂ ଏହି ସଫଳତା ସେହି ଦିଗରେ ଏକ ବଡ଼ ପଦକ୍ଷେପ । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଆମେ ଶିଶୁ ମୃତ୍ୟୁ ଦରକୁ ଆହୁରି କମ୍ କରିପାରିବା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking