28.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଆର୍‌ଏସ୍‌ଏସ୍ ଅଫିସ୍‌କୁ ପେଟ୍ରୋଲ୍ ବୋମାମାଡ଼: ବହୁ ଯାନବାହନ ଭଙ୍ଗାରୁଜା, ୫୦୦ରୁ ଊର୍ଦ୍ଧ୍ୱ ଗିରଫ

ଆର୍‌ଏସ୍‌ଏସ୍ ଅଫିସ୍‌କୁ ପେଟ୍ରୋଲ୍ ବୋମାମାଡ଼: ବହୁ ଯାନବାହନ ଭଙ୍ଗାରୁଜା, ୫୦୦ରୁ ଊର୍ଦ୍ଧ୍ୱ ଗିରଫ

ତିରୁଅନନ୍ତପୁରମ୍ : ଟେରର୍ ଫଣ୍ଡିଂ ମାମଲାରେ ଗୁରୁବାର ଏନ୍‌ଆଇଏ ପକ୍ଷରୁ ୧୫ ରାଜ୍ୟରେ ପପୁଲାର ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ (ପିଏଫ୍‌ଆଇ) ଅଫିସ ଉପରେ କରାଯାଇଥିବା ଚଢ଼ଉ ପ୍ରତିବାଦରେ ପିଏଫ୍‌ଆଇ ପକ୍ଷରୁ ଶୁକ୍ରବାର କେରଳ ବନ୍ଦ ଡାକରା ଦିଆଯାଇଥିଲା। ଏହି ଅବସରରେ ଏନ୍‌ଆଇ ଚଢ଼ଉର ବିରୋଧ କରୁଥିବା ପିଏଫ୍‌ଆଇ କର୍ମୀମାନେ ହିସାଂକାଣ୍ଡ ଘଟାଇଛନ୍ତି । ପୁଲିସ ହିଂସାକାଣ୍ଡରେ ଲିପ୍ତ ୫୦୦ରୁ ଊର୍ଦ୍ଧ୍ୱ ଆନ୍ଦୋଳନକାରୀଙ୍କୁ ଗିରଫ କରିଥିବା ଜଣାଯାଇଛି । ପିଏଫ୍‌ଆଇ ସମର୍ଥକମାନେ ତିରୁଅନନ୍ତପୁରମ୍ ଏବଂ କୋଟ୍ଟୟମ୍‌ରେ ଡଜନରୁ ଊର୍ଦ୍ଧ୍ୱ ଯାନବାହନ ଭଙ୍ଗାରୁଜା କରିଛନ୍ତି । ଆନ୍ଦୋଳନକାରୀ କେଏସ୍‌ଆର୍‌ଟିସିର ବସ୍‌, ଟ୍ୟାଙ୍କର, ଏବଂ ଅନ୍ୟ ଯାନବାହନର ମଧ୍ୟ କ୍ଷୟକ୍ଷତି କରିଛନ୍ତି । କୋଝିକୋଡ୍ ଏବଂ କନ୍ନୁର୍‌ରେ ଟେକାପଥର ମାଡ଼ କରିଛନ୍ତି ।

କନ୍ନୁର୍‌ର ମଟ୍ଟନୁର୍‌ରେ ଥିବା ଆର୍‌ଏସ୍‌ଏସ୍ ଅଫିସ୍ ଉପରେ ପିଏଫ୍‌ଆଇ କର୍ମୀମାନେ ପେଟ୍ରୋଲ୍ ବୋମା ମଧ୍ୟ ପକାଇଥିବା ଏଏନ୍‌ଆଇ ରିପୋର୍ଟ କୁହାଯାଇଛି । ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି । କୋଟ୍ଟୟମ୍‌ରେ ପିଏଫ୍‌ଆଇ ସମର୍ଥକମାନେ ଏକ ହୋଟେଲ୍ ଉପରେ ଆକ୍ରମଣ କରିଛନ୍ତି । ଏହି ଘଟଣାର ସିସିଟିଭି ଫୁଟେଜ୍ ମଧ୍ୟ ମିଳିଛି । ଏଥିରେ ପିଏଫ୍‌ଆଇ ସମର୍ଥକ ଦୋକାନ ଏବଂ ଯାନବାହନକୁ ଟାର୍ଗେଟ୍ କରୁଥିବା ସ୍ପଷ୍ଟ ଦେଖିବାକୁ ମିଳିଛି । ସେହିପରି କୋଲ୍ଲମରେ ଦୁଇଜଣ ବାଇକ୍ ଆରୋହୀ ପୁଲିସ ଉପରେ ଆକ୍ରମଣ ମଧ୍ୟ କରିଥିବା ଜଣାଯାଇଛି । କନ୍ନୁର୍‌ରେ ପିଏଫ୍‌ଆଇ ନେତା ଓ କର୍ମୀମାନେ ଜୋର୍ ଜବରଦସ୍ତ ଦୋକାନ ବନ୍ଦ କରୁଥିବା ବେଳେ ସ୍ଥାନୀୟ ଲୋକମାନେ ସେମାନଙ୍କୁ ପିଟିଥିଲେ । ସେମାନଙ୍କ ମଧ୍ୟରୁ ଜଣକୁ ଧରି ଲୋକେ ପୁଲିସ ଜିମା ମଧ୍ୟ ଦେଇଥିଲେ । ହିଂସାକାଣ୍ଡର ତଦନ୍ତ କରାଯାଉଥିବା ପୁଲିସ ପକ୍ଷରୁ କୁହାଯାଉଛି ।

ରାଜ୍ୟବ୍ୟାପୀ ବନ୍ଦ ଡାକରା ଏବଂ ପିଏଫ୍‌ଆଇ ନେତାଙ୍କ ଆନ୍ଦୋଳକୁ କେରଳ ହାଇକୋର୍ଟ ସ୍ୱତଃ-ସଂଜ୍ଞାନକୁ ନେଇ ଏହାର ନିନ୍ଦା କରିଛନ୍ତି । ହାଇକୋର୍ଟ ଆଦେଶ ଅନୁସାରେ ବିନାନୁମତିରେ କୌଣସି ବି ସଂସ୍ଥା ବନ୍ଦ ଡାକରା ଦେଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ନେତା ଓ ସଦସ୍ୟଙ୍କ ଗିରଫ ପରେ ଏପରି ଆନ୍ଦୋଳନ ଠିକ୍ ନୁହେଁ ବୋଲି କୋର୍ଟ ତାଙ୍କ ଆଦେଶରେ କହିଛନ୍ତି । ଶୁକ୍ରବାର ପିଏଫ୍‌ଆଇର କେରଳ ବନ୍ଦ ଆହ୍ୱାନ କାରଣରୁ କଂଗ୍ରେସ ଭାରତ ଯୋଡ଼ ଯାତ୍ରାକୁ ବନ୍ଦ ରଖିଥିଲା । ଏହାକୁ ନେଇ କଂଗ୍ରେସକୁ ବିଜେପି ଆକ୍ରମଣ କରିଛି । ବିଜେପି ପକ୍ଷରୁ କୁହାଯାଇଛି ପିଏଫ୍‌ଆଇ ଏବଂ ଇସ୍‌ଲାମିକ୍ ଜିହାଦି ସଂଗଠନର ବନ୍ଦ ଆହ୍ୱାନରେ କଂଗ୍ରେସ ପାର୍ଟି ନିଜର ପଦଯାତ୍ରା ରୋକି ଦେଇଛି । ଏହାଠାରୁ ଲଜ୍ଜାଜନକ ଘଟଣା କିଛି ନଥାଇପାରେ ।

ସେହିପରି ମହାରାଷ୍ଟ୍ରରେ ମଧ୍ୟ ଏନ୍‌ଆଇଏ ଚଢ଼ଉ ବିରୋଧରେ ଶୁକ୍ରବାର ପିଏଫ୍‌ଆଇ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି । ଏହି ଅବସରରେ ପୁଣେରେ ପିଏଫ୍‌ଆଇ ସଦସ୍ୟମାନେ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ରାସ୍ତାରେ ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆନ୍ଦୋଳନକାରୀ ପିଏଫ୍‌ଆଇ ସଦସ୍ୟମାନେ ଏନ୍‌ଆଇଏ ବିରୋଧରେ ସ୍ଳୋଗାନ ଦେବା ସହ ଗିରଫ ନେତାମାନଙ୍କ ମୁକ୍ତି ଦାବି କରିଥିଲେ । ପୁଲିସ ଆନ୍ଦୋଳନକାରୀଙ୍କୁ ସେଠାରୁ ହଟାଇବା ସହ ପ୍ରାୟ ୪୫ ଜଣଙ୍କୁ ଅଟକ ରଖିଥିଲା । ଅନ୍ୟପକ୍ଷରେ ଆସାମ ପୁଲିସ ଶୁକ୍ରବାର ଆଉଜଣେ ପିଏଫ୍‌ଆଇ ନେତାଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ହେଲେ ପିଏଫ୍‌ଆଇର ପଶ୍ଚିମବଙ୍ଗ ରାଜ୍ୟ ସଭାପତି ଡ. ମିନାରୁଲ୍ ଶେଖ୍ । ତାଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଥିବା ଏଡିଜିପି (ସ୍ପେଶାଲ୍ ବ୍ରାଞ୍ଚ୍‌) ହିରେନ୍ ନାଥ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking