28.1 C
Bhubaneswar
Saturday, April 27, 2024
Homeଅପରାଧନିଶାଗ୍ରସ୍ତ ହୋଇ ଗାଡିରେ ଶୋଇପଡି ଥିଲେ ହେଲେ ଉଠିଲା ବେଳକୁ ଦେଖିଲେ.....

ନିଶାଗ୍ରସ୍ତ ହୋଇ ଗାଡିରେ ଶୋଇପଡି ଥିଲେ ହେଲେ ଉଠିଲା ବେଳକୁ ଦେଖିଲେ…..

କାଲିଫର୍ଣ୍ଣିଆ: ଅନେକ ସମୟରେ ଲୋକମାନେ ଯେଉଁଆଡେ ବି ଯାଇଥାଆନ୍ତି ଫେରିଲାବେଳେ ଓଲା କିମ୍ବା ଉବେର ଗାଡି ବୁକିଙ୍ଗ କରି ଘରକୁ ଫେରିଥାଆନ୍ତି । ହେଲେ ଗାଡି ଚାଳକ ମାନେ ଏମିତି କରିଥାଆନ୍ତି ବୋଲି କେହି ବିଶ୍ୱାସ ମଧ୍ୟ କରିପାରିବେ ନାହିଁ । ତେବେ ଏଭଳି ଏକ ଲଜ୍ଜା ଜନକ ଘଟଣା କାଲିଫର୍ଣ୍ଣିଆରେ ଫୋଣ୍ଟାନା ସହରରେ ହୋଇଛି । ସାଙ୍ଗମାନଙ୍କ ସହ ପାର୍ଟି କରି ଉବର ଯୋଗେ ଘରକୁ ଫେରୁଥିଲେ ମହିଳା । ଏହି ସମୟରେ ଅଧିକ ନିଶା ହୋଇଯିବାରୁ ମହିଳା ଜଣଙ୍କ ଗାଡ଼ି ଭିତରେ ଶୋଇ ପଡ଼ିଥିଲେ । ମହିଳା ଜଣକ ଶୋଇପଡିଥିବାର ସୁଯୋଗ ନେଇ ଚାଳକ ଜଣକ ଦୁଷ୍କର୍ମ କରିଥିଲେ ।
ସୂଚନା ଅନୁସାରେ, ପୀଡ଼ିତା ଶନିବାର ସାଙ୍ଗମାନଙ୍କ ସହ ପାର୍ଟି କରି ନିଜ ଘରକୁ ଉବର ଯୋଗେ ଫେରୁଥିଲେ । ଅଧିକ ମଦ ପିଇଥିବାରୁ କିଛି ବାଟ ଯିବା ପରେ ସେ ଶୋଇ ପଡ଼ିଥିଲେ । ଉଠିବା ବେଳକୁ ଚାଳକଜଣଙ୍କ ତାଙ୍କ ସହ ଦୁଷ୍କର୍ମ କରୁଥିଲେ ବୋଲି ପୀଡ଼ିତା ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୀଡିତାଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଗାଡି ଚାଳକଙ୍କୁ ଗିରଫ କରିଥିଲେ । ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରିବା ପରେ ଚାଳକ ପୁଲିସକୁ କିଛି ଭିନ୍ନ କଥା କହିଥିଲା । ମହିଳାଙ୍କ ସହ ଶାରୀରିକ ସଂପର୍କ ରଖିଥିଲି ସତ, ହେଲେ ଯାହା ବି ହୋଇଥିଲା ଦୁହିଁଙ୍କ ସହମତିରେ ହୋଇଥିଲା ବୋଲି ପୁଲିସକୁ କହିଥିଲା ଚାଳକ, ଯାହା ଏବେ ପୂରା ଘଟଣାକୁ ବଦଳାଇ ଦେଇଛି । କିନ୍ତୁ ପୀଡ଼ିତା ଏହାକୁ ଦୁଷ୍କର୍ମ ବୋଲି କହି ଏତଲା ଦେବା ପରେ ଅଭିଯୁକ୍ତ ଚାଳକକୁ ଗିରଫ କରି ପ୍ରକୃତ ଘଟଣା ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ପୁଲିସ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking