32.1 C
Bhubaneswar
Friday, April 26, 2024
Homeଓଡିଶାପୁଅ ଚଳାଇଲା ଗାଡି , ଟଙ୍କା ଗଣିଲେ ବାପା

ପୁଅ ଚଳାଇଲା ଗାଡି , ଟଙ୍କା ଗଣିଲେ ବାପା

କଟକ: ଗାଡି ଚାଳକଙ୍କ ପାଇଁ କଡାକଡି ନିୟମ କରାଗଲେ ମଧ୍ୟ ଏହାକୁ କେହି ମାନିବାକୁ ନାରାଜ । ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ହେବ ଜୋରିମାନା । ଏଥିପାଇଁ ପରିବହନ ବିଭାଗ ଓ ରାଜ୍ୟ ପୁଲିସ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଛି । ଏହା ସତ୍ତ୍ୱେ ଛୋଟ ପିଲାମାନଙ୍କୁ ଗାଡ଼ି ଚଳାଇବାକୁ ଦେଉଛନ୍ତି । ତେବେ ଆଜି ଏମିତି ଏକ ଘଟଣା କଟକ ଜିଲ୍ଲା ବାରଙ୍ଗରୁ ଆସିଛି । ଜଣେ ନାବାଳକ ସ୍କୁଟି ଚାଳକଙ୍କୁ ମୋଟା ଅଙ୍କର ଜରିମାନା ଗଣିବାକୁ ପଡିଛି ।
ଆଜି ଅପରାହ୍ନ ପ୍ରାୟ ୧ଟାରେ ବାରଙ୍ଗା ଥାନା ଅନ୍ତର୍ଗତ ଗୋଠପୁର ଗ୍ରାମର ମଙ୍ଗରାଜ ପରିଡ଼ାଙ୍କ ପୁଅ ସାଗର ପରିଡ଼ା ଜଣେ ପଡୋଶୀଙ୍କୁ ଛକ ପର୍ଯ୍ୟନ୍ତ ଛାଡ଼ିବାକୁ ଆକ୍ଟିଭା ସ୍କୁଟି ନେଇ ଯାଇଥଲେ । ବାରଙ୍ଗ ଥାନା ଛକ ନିକଟରେ ସେ ପରିବହନ ବିଭାଗର ଅଧିକାରୀଙ୍କ ହାବୁଡ଼ରେ ପଡ଼ିଥିଲେ । ନାବାଳକ ସ୍କୁଟି ଚାଳକଙ୍କୁ ୨୬ ହଜାର ଟଙ୍କା ଜରିମାନା ପଡିଛି । ବିନା ହେଲମେଟରେ ସ୍କୁଟି ଚଳାଇ ଯାଉଥିଲେ । ଏହା ଦେଖି ଆରଟିଓ ଅଧିକାରୀମାନେ ଅଟକାଇ ଗାଡ଼ି କାଗଜପତ୍ର ଯାଞ୍ଚ କରିଥିଲେ । ଗାଡି ଚାଳକ ନାବାଳକ ବୋଲି ଯାଞ୍ଚ ବେଳେ ଜଣାପଡ଼ିଥିଲା । ନାବାଳକ ହୋଇ ଗାଡି ଚଳାଉଥିବାରୁ ୨୫ ହଜାର ଟଙ୍କା ଏବଂ ହେଲମେଟ ପିନ୍ଧି ନଥିବାରୁ ୧ହଜାର ଟଙ୍କା ଜରିମାନା କରିଛନ୍ତି କଟକ ଆଡିସିନାଲ୍ ଆରଟିଓ । ଏଥିସହ ଗାଡ଼ିକୁ ଜବତ କରି ନାବାଳକଙ୍କ ପରିବାର ଲୋକଙ୍କ ସୂଚନା ଦିଆଯାଇଥିବା ଆରଟିଓ ପକ୍ଷରୁ ସୂଚନା ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking