29.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶଶିକ୍ଷୟିତ୍ରୀଙ୍କୁ ହତ୍ୟା କରିବା ପରେ ଏମିତି କଲା ବ୍ୟକ୍ତି ଜଣକ....

ଶିକ୍ଷୟିତ୍ରୀଙ୍କୁ ହତ୍ୟା କରିବା ପରେ ଏମିତି କଲା ବ୍ୟକ୍ତି ଜଣକ….

ମୁମ୍ବାଇ: ଦିନକୁ ଦିନ ହତ୍ୟା ଆତ୍ମହତ୍ୟା ଭଳି ଘଟଣା ବଢିବାରେ ଲାଗିଛି । କେବେ ଗୋଷ୍ଠୀ ସଂଘର୍ଷକୁ ନେଇ ହତ୍ୟା ତ କେବେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ହତ୍ୟା କରାଯାଇଥାଏ । ତେବେ ଏଭଳି ଏକ ଅଭାବନୀୟ ଘଟଣା ମୁମ୍ବାଇରେ ଘଟିଯାଇଛି । ଜଣେ ବ୍ୟକ୍ତି ଏକ ହତ୍ୟାକାଣ୍ଡ ରଚିବା ପରେ ନିଜେ ଏକ ଉଚ୍ଚା କୋଠା ଉପରୁ ଡେଇଁ ପଡ଼ିଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ, ଜଣେ ରିୟଲ୍ ଇଷ୍ଟେଟ୍ ଏଜେଣ୍ଟ୍ ମୁମ୍ବାଇର ଭାନ୍ଦୁପଠାରେ ଜଣେ ୩୭ ବର୍ଷୀୟା ଶିକ୍ଷୟିତ୍ରୀଙ୍କ ମୁଣ୍ଡକୁ ହାତୁଡ଼ିରେ ଛେଚି ଶିକ୍ଷୟିତ୍ରୀଙ୍କ ହତ୍ୟା କରିଛି । ଶିକ୍ଷୟିତ୍ରୀ ଜଣକ ନିଜ ଘରୁ ବାହାରକୁ ବାହାରୁଥିବା ବେଳେ ଅଭିଯୁକ୍ତ ଜଣକ ଏକ ହାତୁଡ଼ି ଆଣି ତାଙ୍କୁ ଆକ୍ରମଣ କରିଥିଲା । ଅଭିଯୁକ୍ତଙ୍କର ଏପରି ଆଚରଣରେ ସେଠାରେ ଥିବା ସୁରକ୍ଷାକର୍ମୀ ଆଚମ୍ବିତ ହେବା ସହ ତାଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ । ମାତ୍ର ଅଭିଯୁକ୍ତ ଜଣକ ଶିକ୍ଷୟିତ୍ରୀଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ହାତୁଡ଼ିରେ ପିଟି ଦେଲେ ଓ ଶିକ୍ଷୟିତ୍ରୀ ଜଣକ ସେହିଠାରେ ଟଳି ପଡ଼ିଲେ । ବ୍ୟକ୍ତି ଜଣକ ଏହି ଅପରାଧ ଘଟାଇବା ପରେ ନିଜେ ଛାତରୁ ତଳକୁ ଡେଇଁ ପଡ଼ିଥିବା ଜାଣିବାକୁ ମିଳିଛି । ମାତ୍ର ବ୍ୟକ୍ତି ଜଣକ ଉଚ୍ଚା ସ୍ଥାନରୁ ଡେଇଁ ଥିଲେ ମଧ୍ୟ ତାଙ୍କର ଜୀବନହାନୀ ହୋଇନାହିଁ । ସେ ସେହି ସ୍ଥାନ ଛାଡ଼ି କେଉଁଆଡ଼େ ପଳାଇ ଯାଇଥିବା ସୂଚନା ରହିଛି ।
ସେଠାରେ ଜଗିଥିବା ସୁରକ୍ଷାକର୍ମୀ ଆକ୍ରମଣକାରୀଙ୍କୁ ଧରିବାକୁ ଚେଷ୍ଟା କରିଥିଲେ ବି ଧରି ପାରି ନଥିଲେ । ଘଟଣା ଘଟିବାର କିଛି ସମୟ ମଧ୍ୟରେ ପୀଡ଼ିତା ଶିକ୍ଷୟିତ୍ରୀଙ୍କୁ ମୁଲୁଣ୍ଡ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ମାତ୍ର କେତେ ଘଣ୍ଟାର ଚିକିତ୍ସା ପରେ ଶିକ୍ଷୟିତ୍ରୀଙ୍କର ମୃତ୍ୟୁ ହୋଇଛି । ପରେ ଯୁବକଙ୍କ ନାଁରେ ସ୍ଥାନୀୟ ଲୋକେ ଥାନାରେ ଏତଲା ଦେଇଥିବା ଜଣାପଡିଛି । ଏତଲାକୁ ରୁଜୁ କରି ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଚେଷ୍ଟା କରିବା ସହ ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking