39.1 C
Bhubaneswar
Tuesday, April 23, 2024
Homeଓଡିଶାଓଡିଶା ବିୟୁଟି ଏକ୍‌ସ୍ପୋ -ବାଜିମାରିଲେ ବଲାଙ୍ଗିର ପିଲା, ‘ରୂପସଜ୍ଜା ସୌନ୍ଦର୍ଯ୍ୟକରଣରେ ବଲାଙ୍ଗିର ମାଇଲଖୁଣ୍ଟ ହେବ’

ଓଡିଶା ବିୟୁଟି ଏକ୍‌ସ୍ପୋ -ବାଜିମାରିଲେ ବଲାଙ୍ଗିର ପିଲା, ‘ରୂପସଜ୍ଜା ସୌନ୍ଦର୍ଯ୍ୟକରଣରେ ବଲାଙ୍ଗିର ମାଇଲଖୁଣ୍ଟ ହେବ’

ବଲାଙ୍ଗିର,(ଦେବାଶିଷ ମିଶ୍ର)- ଡାକ୍ତର, ଇଂଞ୍ଜିନିୟର ଭଳି ରୂପସଜ୍ଜା ଓ ସୌନ୍ଦର୍ଯ୍ୟକୁ ବି କ୍ୟାରିୟର ଭାବେ ନିଆଯାଇପାରେ । ବର୍ତ୍ତମାନ ସମୟରେ ଏହର ଚାହିଦା ଦିନକୁ ଦିନ ଫିଲ୍ମ ଦୁନିଆରେ ବଢୁଥିବା ବେଳେ ଛାତ୍ରଛାତ୍ରୀମାନଙ୍କ ଏଥି ପ୍ରତି ଖୁବ ଆଗ୍ରହ ବଢୁଛି । ତେବେ ବଲାଙ୍ଗିର ଭଳି ଅନୁନ୍ନତ ଜିଲାରୁ ବଲିଉଡ ସ୍ୱପ୍ନ ଦେଖିବା କମ କଥା ନୁହେଁ । ଏହି ଜଲାରେ ବର୍ତ୍ତମାନ ଅନେକ ସୌନ୍ଦର୍ଯ୍ୟ ଉପରେ କାମ କରିବା ପାଇଁ ଆଗ୍ରହ ଦେଖାଇ ଏହି ଦୁନିଆଁକୁ ଅଧିକରୁ ଅଧିକ ପାଦ ଦେଉଥିବା ଦେଖାଯାଉଛି । ଯାହା ଏହି କ୍ଷେତ୍ରରେ ବଲାଙ୍ଗିର ଜିଲା ସାରା ଦେଶରେ ଏକ ମାଇଲ ଖୁଣ୍ଟ ହୋଇ ଛିଡା ହେବ ବୋଲି ସ୍ଥାନୀୟ ସାମ୍ବାଦିକ ଭବନ ସମ୍ମିଳନୀ କକ୍ଷରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ସମାଜସେବୀ ଲଲିତ କୁମାର ନାୟକ ମତ ରଖିଛନ୍ତି ।
ସୂଚନା ଅନୁସାରେ, ରାଉକେଲାରେ ଗତ ଜାନୁୟାରୀ ୧୦ ଓ ୧୧ ତାରିଖ ଓଡିଶାର ବିୟୁଟି ଏକ୍‌ସ୍ପୋ ଅନୁଷ୍ଠିତ ହୋଇଥିଲା । ସେଠାରେ ମିସ୍ ,ମିଷ୍ଟର ଏବଂ ମିସେସ୍ ଓଡିଶା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିରର ନିକେଶ କୁମ୍ଭାର ମିଷ୍ଟର ଓଡିଶା, ସେକେଣ୍ଡ ରର୍ନସ୍ ଅପ୍ ପ୍ରିତମ କୁମାର ଦାଶ, ସେକେଣ୍ଡ ରର୍ନସ୍ ଅପ୍ ଓଜ୍ଜସ୍ୱୀ ସୁଲଗ୍ନା ମିଶ୍ର, ବେଷ୍ଟ ୱାର୍କ ଅଞ୍ଜୁ କୁମାରୀ ବେହେରା(ଖରିଆର), ବେଷ୍ଟ୍ କନଫିଡେନ୍ସ୍ ଲକି ପୋଡ, ମିଷ୍ଟର ଚାର୍ମିଙ୍ଗ ସୌମ୍ୟରଂଜନ ବେହେରା, ବେଷ୍ଟ କନ୍‌ଫିଡେନ୍ସ ଦୀପି ପନୁଆ, ବେଷ୍ଟ ସ୍ମାଇଲ ନମ୍ରତା ମିଶ୍ର, ବେଷ୍ଟ ଆଟିଚ୍ୟୁଡ୍ ବର୍ଷାରାଣୀ ରଥ ବଲାଙ୍ଗିରୁ ବିଜୟୀ ହୋଇ ବିଜେତା ମୁକୁଟ ପିନ୍ଧିଛନ୍ତି । ବଲାଙ୍ଗିରରୁ ବିୟୁଟି ଏସୋସିଏସନର ସଂଗଠିକା ବୀଣାରାଗିଣୀ ମହାପାତ୍ର, ଇତି ଘିବେଲା, ସନ୍ତୋଷି ମେହେର, ବନିତା ଜାଲ, ଏବଂ ସମ୍ମାନିତ ଅତିଥିଭାବେ ଚେତନାନନ୍ଦ ପଣ୍ଡା, ମିନତି ସାହୁ (ବରଗଡ), ସ୍ନେହଲତା ତ୍ରିପାଠୀ(ସୁନ୍ଦରଗଡ), ବୁର୍ଲାର ସୁଚିସ୍ମିତା ଷଡଙ୍ଗୀ ଯୋଗଦେଇ ବିଜେତା ମାନଙ୍କୁ ଉତ୍ସାହିତ କରିବା ସହିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking