32.1 C
Bhubaneswar
Thursday, March 28, 2024
Homeଓଡିଶାବଲାଙ୍ଗୀର ରୁ ବିଛପାଲି ପର୍ଯ୍ୟନ୍ତ ଏକ ପାସେଞ୍ଜର ଟ୍ରେନ,ଭଡା ବାବଦକୁ ଦୈନିକ ମାତ୍ର ୨୦ ଟଙ୍କା...

ବଲାଙ୍ଗୀର ରୁ ବିଛପାଲି ପର୍ଯ୍ୟନ୍ତ ଏକ ପାସେଞ୍ଜର ଟ୍ରେନ,ଭଡା ବାବଦକୁ ଦୈନିକ ମାତ୍ର ୨୦ ଟଙ୍କା ମିଳୁଛି

ବଲାଙ୍ଗିର, (ଦେବାଶିଷ ମିଶ୍ର) – ବଲାଙ୍ଗୀର-ଖୋର୍ଦ୍ଧା ରେଳପଥରେ ବଲାଙ୍ଗୀର ରୁ ବିଛପାଲି ପର୍ଯ୍ୟନ୍ତ ଏକ ପାସେଞ୍ଜର ଟ୍ରେନ ଯାତାୟାତ କରୁଛି । ଏହି ଟ୍ରେନକୁ ଠିକ ଏକ ବର୍ଷ ତଳେ ୧୫ ଜାନୁଆରୀ ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ବଲାଙ୍ଗୀରରେ ଲୋକାର୍ପିତ କରିଥିଲେ । ଅପର ପକ୍ଷରେ ବର୍ଷକ ଭିତରେ ଏହି ଟ୍ରେନରେ ଦୈନିକ ମାତ୍ର ୨ ଜଣ ଯାତ୍ରୀ ଯାତ୍ରା କରୁଥିବା ବେଳେ ଭଡା ବାବଦକୁ ଦୈନିକ ମାତ୍ର ୨୦ ଟଙ୍କା ମିଳୁଥିବା ସୂଚନା ଅଧିକାର ଆଇନ ବଳରେ ଜଣାପଡିଛି ବୋଲି ବଲାଙ୍ଗୀରର ବିଶିଷ୍ଟ ସୂଚନା ଅଧିକାରୀକର୍ମୀ ଆଜି ସ୍ଥାନୀୟ ଅମଳାଭବନ ଠାରେ ଅନୁଷ୍ଠିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି ।
ମିଳିଥିବା ତଥ୍ୟ ଆଧାରରେ ସେ ଆହୁରି ମଧ୍ୟ ଜଣାଇଛନ୍ତି ଯେ , ଏହି ରେଳପଥର ଖୋର୍ଦ୍ଧା ତଥା ୦ କିମି ପଏଂଟରୁ ୭୭.୩୦ କିମି ପଏଂଟଣ୍ଟତଥା ମହିପୁର ପର୍ଯ୍ୟନ୍ତ ଟ୍ରେନ ଚଳାଚଳକୁ କାର୍ଯ୍ୟକ୍ଷମ କରାଯାଇଥିବା ବେଳେ ୯୦.୬୫ କିମି ପଏଂଟଣ୍ଟପର୍ଯ୍ୟନ୍ତ ଗତ ମାସରେ ଟେଣ୍ଡର ପେପର ଖୋଲାଯାଇଛି । କିନ୍ତୁ ୨୦୧୧ ମସିହା ସୁଦ୍ଧା ଏହି ରେଳପଥକୁ ସମ୍ପୁର୍ଣ୍ଣ କରି କାର୍ଯ୍ୟକ୍ଷମ କରିବା ପାଇଁ କେନ୍ଦ୍ର ରେଳ ବିଭାଗ ଓ ରାଜ୍ୟ ସରକାର ୨୦୧୫ ମସିହାରେ ଏକ ରାଜିନାମା ସ୍ୱାକ୍ଷର କରିଥିଲେ । ତେବେ ରେଳପଥର ମାତ୍ର ପ୍ରାୟ ୫୦ ପ୍ର୍ରତିଶତ ନିର୍ମାଣ କାର୍ଯ୍ୟ ୨୦୧୧ ମସିହା ସୁଦ୍ଧା ସମ୍ପୁର୍ଣ୍ଣ ହେବ ବୋଲି ଜଣାପଡିଛି । ଏହା ସମଗ୍ର ଦେଶର ଏକ ବିଳମ୍ବିତ ପ୍ରକଳ୍ପ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ବିଛୁପାଲି ଠାରୁ ଖୋର୍ଦ୍ଧା ପଟୁ ୨୩୮.୪୦କିମି ପଏଂଟଣ୍ଟତଥା ସୋନପୁର ପର୍ଯ୍ୟନ୍ତ ଟେଣ୍ଡର ଗତ ମାସରେ ଖୋଲାଯାଇଛି । ପ୍ରଧାନମନ୍ତ୍ରୀ ବିଛୁପାଲି ରେଳପଥ ଓ ଟ୍ରେନକୁ ଲୋକାର୍ପଣ କରିବା ଏକ ବର୍ଷ ପୁରି ଯାଇଥିଲେ ମଧ୍ୟ ବିଛୁପାଲି ରୁ ସୋନପୁର ପର୍ଯ୍ୟନ୍ତ ଟେଣ୍ଡର ଖୋଲାଯାଇଛି ।
ବିଛୁପାଲି ଠାରୁ ଏକ ଇଂଞ୍ଜିନଞ୍ଚପର୍ଯ୍ୟନ୍ତ ରେଳ ଲାଇନ ବିଛାଇବା କାର୍ଯ୍ୟ ଆରମ୍ଭ ହୋଇନାହିଁ । ସେହିପରି କଳାହାଣ୍ଡି ୱାଗନ କାରଖାନା ପ୍ରସ୍ତାବକୁ ପିରିଅଡିକାଲ ଓଭରହଲିଙ୍ଗ କାର୍ଯ୍ୟଶାଳାରେ ପରିଣତ କରି ମାତ୍ର ୧୮୬ କୋଟି ୩୭ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ରାୟଗଡା ରେଳ ଡିଭିଜନ କେବଳ ପ୍ରସ୍ତାବରେ ସିମିତ ରହିଛି ବୋଲି ମଧ୍ୟ ତଥ୍ୟରୁ ଜଣାପଡିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି । କେବଳ ଭୋଟ ରାଜନୀତିରୁ ଫାଇଦା ପାଇବା ଉଦେ୍ଧଶ୍ୟରେ ବିଛୁପାଲି ପର୍ଯ୍ୟନ୍ତ ଟ୍ରେନକୁ ପ୍ରଧାନମନ୍ତ୍ରୀ ଲୋକାର୍ପିତ କରିଥିଲେ ବୋଲି ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି । ତେବେ ଯୁଦ୍ଧକାଳୀନ ଭିତିରେ ଖୋର୍ଦ୍ଧ-ବଲାଙ୍ଗୀର ରେଳପଥର କାର୍ଯ୍ୟ ସାରିବାକୁ ସେ ଦାବି କରିଛନ୍ତି ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking