30.1 C
Bhubaneswar
Friday, April 26, 2024
Homeଅପରାଧବୁର୍ଲା ଭୀମସାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ, ଯୁବକକୁ କାବୁ କଲେ ଲୋକେ

ବୁର୍ଲା ଭୀମସାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ, ଯୁବକକୁ କାବୁ କଲେ ଲୋକେ

ସମ୍ବଲପୁର : ପୁଣି ଚର୍ଚ୍ଚାରେ ବୁର୍ଲା ଭୀମସାର । ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । ବୁର୍ଲା ଭୀମସାର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗକୁ ନିଜ ମା ଓ ସାନ ଭାଇ ସହିତ ନିଜ ଆଇର ଚିକିତ୍ସା ପାଇଁ ଆସିଥିଲେ ନାବାଳିକା । ନାବାଳିକା ଜଣଙ୍କ ବାହାରେ ବସିଥିବା ବେଳେ ବୁର୍ଲାର ଜଣେ ଯୁବକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ନାବାଳିକାର ମା ସେଠାରେ ଥିବା ଅନ୍ୟ ରୋଗୀ ସମ୍ପର୍କୀୟ ଓ ଉପସ୍ଥିତ ଥିବା ସୁରକ୍ଷାକର୍ମୀଙ୍କ ସହାୟତାରେ ଯୁବକକୁ କାବୁ କରି ମେଡିକାଲ ଫାଣ୍ଡିରେ ଅଭିଯୋଗ କରିଥିଲେ । ମେଡିକାଲ ଫାଣ୍ଡି ଅଧିକାରୀ ଯୁବକକୁ ବୁର୍ଲା ଥାନାକୁ ଆଣି ଅଟକ ରଖିଛି । ଏନେଇ ନାବଳିକାର ମାଆ ବୁର୍ଲା ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ବେଳେ ଆଜି ସମ୍ପୃକ୍ତ ଯୁବକର ଡାକ୍ତରୀ ମାଇନା କରାଯିବ ବୋଲି ଜଣାପଡିଛି । ଏନେଇ ବୁର୍ଲା ପୋଲିସ ପକ୍‌ସୋ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking