35.1 C
Bhubaneswar
Tuesday, April 23, 2024
Homeଓଡିଶାଉଦ୍ଧାର ହୋଇଥିବା ପଣବନ୍ଦୀ ଯୁବକ ସୋରରେ ପହଞ୍ଚିଲେ ।

ଉଦ୍ଧାର ହୋଇଥିବା ପଣବନ୍ଦୀ ଯୁବକ ସୋରରେ ପହଞ୍ଚିଲେ ।

ସୋର : ପଣବନ୍ଦୀ ଥିବା ଯୁପକଙ୍କୁ ଉଦ୍ଧାର କରିଲା ପୋଲିସ । ଚବିଶପ୍ରଗଣା ଜିଲ୍ଲାର ସୁନ୍ଦରବନ ନିକଟରେ ଏକ ପରିତ୍ୟକ୍ତ ଘରୁ ଉଦ୍ଧାର କରିବାରେ ସଫଳ ହୋଇଛି ପୋଲିସ । ଯୁବକଙ୍କ ହାତଗୋଡ ବାନ୍ଧି ଘଟଣାସ୍ଥଳରୁ ଅପହର୍ତ୍ତା ଫେରାର ଥିବା ଜଣାପଡିଛି । ଉଦ୍ଧାର ହୋଇଥିବା ଯୁବକ କେଶପୁର ଗାଁର ତାପସ କୁମାର ମହାନ୍ତି । ଦୁବୂର୍ତ୍ତ ତାଙ୍କୁ ଚାକିରୀ କରାଇ ନେଦବାକୁ ଡାକି ନେଇ ପଣବନ୍ଦୀ ରଖିଥିଲେ ।

‘ଆଠଲକ୍ଷ ଟଙ୍କା ଦିଅ ସ୍ୱାମୀକୁ ନିଅ ନହେଲେ ଗୁଳି କରିଦବ’ ବୋଲି ଏକ ଭିଡିଓ ଦେଖାଇ ଅପହୃତାଙ୍କ ପତ୍ନୀ ସୋର ଥାନାରେ ପହଞ୍ଚିଥିଲେ । ଓ ତାଙ୍କ ସ୍ୱାମୀଙ୍କୁ ବଞ୍ଚାଇବାକୁ ଆକୁଳ ନିବେଦନ କରିଥିଲେ ।

ଏହାପରେ ମୋବାଇଲ ଟ୍ରାର୍କିଂ କରି ପଶ୍ଚିମବଙ୍ଗର ସୁନ୍ଦରବନ ଜାତୀୟ ଉଦ୍ୟାନ ଠାରେ ପହଞ୍ଚିଥିଲା । ସେଠାରେ ଦିର୍ଘ ୪ ଘଣ୍ଟା ଅପରେସନ ପରେ ଏକ ପରିତ୍ୟକ୍ତ ଘରୁ ତାପସ ମହାନ୍ତିଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking