36.1 C
Bhubaneswar
Saturday, May 4, 2024
Homeଓଡିଶାଚାମ୍ପିୟାନ୍ସ ଅଫ୍ ଚେଞ୍ଜ୍ ଆକ୍ଷ୍ୟା ପ୍ରଦାନ କରିଛି ନୀତି ଆୟୋଗ

ଚାମ୍ପିୟାନ୍ସ ଅଫ୍ ଚେଞ୍ଜ୍ ଆକ୍ଷ୍ୟା ପ୍ରଦାନ କରିଛି ନୀତି ଆୟୋଗ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୀତିଆୟୋଗଙ୍କ ଅନୁସାରେ ଜାନୁଆରୀ ମାସରେ ଅଗ୍ରଗତି କରିଥିବା ଜଣାପଡିଛି । ଉକ୍ତ ରିପୋର୍ଟରେ ସର୍ବଭାରତୀୟ ସ୍ଥରରେ ୩ ଟି ସ୍ଥାନ ମଧ୍ୟରୁ ୭୭ ପଏଣ୍ଟ ରଖି ୩ ସ୍ଥାନ ହାସଲ କରିଛି । ଏହି ପରିବର୍ତନକୁ ଆଧାରକରି ଢେଙ୍କାନାଳ ଜିଲ୍ଲାକୁ ଚାମ୍ପିୟାନ୍ ଅଫ ଚେଞ୍ଜ୍ ସ୍ୱୀକୃତି ପ୍ରଦାନ କରିଛି ନୀତି ଆୟୋଗ । ମାତ୍ର ମହାମାରୀ ଭଳି କରୋନାର ସଫଳ ମୁକାବିଲାରେ ପଛରେ ପଡିଥିଲା ଢେଙ୍କାନାଳ ଜିଲ୍ଲା । ସେହି ସମୟରେ ଢେଙ୍କାନାଳ ଜିଲ୍ଲା ଥିଲା ୧୦୩ ତମ ସ୍ଥାନରେ । ସ୍ୱାସ୍ଥ୍ୟସେବାରେ ଲାଗିରହିଥିବା ଅବ୍ୟବସ୍ଥା ଦୁର କରିବା, ଭିତିଭୁମି ସଜାଡିବା ଦିଗରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଭୁମେଶ ଚନ୍ଦ୍ର ବେହେରା ଏକ ମାସ ସମୟ ମାଗିଥିଲେ । ତେବେ ବର୍ତମାନ ତଥ୍ୟ ଅନୁସାରେ ଗର୍ଭବତୀଙ୍କ ପ୍ରଥମ ତୈମାସିକ ପଞ୍ଜୀକରଣ, ଆନୁଷ୍ଠନିକ ପ୍ରସବ, ଟିକାକରଣ, ଶିଶୁ ଓ ମାତୃ ମୃତ୍ୟୁ ହାର କମାଇବା କ୍ଷେତ୍ରରେ ସୁଫଳ ମିଳିଛି । ଏଥି ସହିତ ଜିଲ୍ଲାପାଳ ସ୍ୱାସ୍ଥ୍ୟ ସେବା ଦଳକୁ ଧନ୍ୟବାଦ ଦେବା ସହିତ ଏଭଳି ସ୍ଥିତି କାୟମ ରଖିବାକୁ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking