31.1 C
Bhubaneswar
Tuesday, May 7, 2024
Homeଅପରାଧକରୋନାକୁ ମାତ୍ ଦେଇ ଘରକୁ ଫେରିବା ବାଟରେ ମହିଳାଙ୍କ ସହ....

କରୋନାକୁ ମାତ୍ ଦେଇ ଘରକୁ ଫେରିବା ବାଟରେ ମହିଳାଙ୍କ ସହ….

ଦିସପୁର : କରୋନାକୁ ମାତ ଦେଲେ, ହେଲେ ନରପିଶାଚଙ୍କ ସାମ୍ନାରେ ହାରିଗଲେ । ଭାଇରସକୁ ହରାଇ ଘରକୁ ଫେରିଲା ବେଳେ ମହିଳାଙ୍କ ସହ ଗଣଦୁଷ୍କର୍ମ । ଆସାମର ଚରାଇଦେବ ଜିଲ୍ଲାରେ ଏପରି ଅମାନବୀୟ ଘଟଣା ଘଟିଛି । ସଂକ୍ରମଣ ଭୟ ଭିତରେ ଲୋକେ ମାନବିକତା ଭୁଲି ପିଶାଚ ପାଲଟି ଯାଉଛନ୍ତି । ଆସାମର ଜଣେ ମହିଳା କରୋନରୁ ଆରୋଗ୍ୟ ଲାଭ କରିବା ପରେ ଘରକୁ ଫେରିବା ପାଇଁ ବାହାରିଥିଲେ । ତେବେ ମହିଳାଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ଆମ୍ବୁଲାନ୍ସ ଦେବାକୁ ମନା କରି ଦେଇଥିଲେ । ଫଳରେ ପାଦରେ ଚାଲି ଚାଲ ଆସୁଥିବା ସମୟରେ ମହିଳାଙ୍କ ସହ ଦୁଷ୍କର୍ମ ହୋଇଛି ।

ରାତିର ଘନ ଅନ୍ଧାରରେ ଶୂନଶାନ ସଡ଼କରେ ଏକୁଟିଆ ଘର ଅଭିମୁଖେ ବାହାରିଥିଲେ ମହିଳା । ହସ୍ପିଟାଲରୁ ମହିଳାଙ୍କ ଘର ୨୫ କିମି ଦୂର ଥିବାବେଳେ ଏକୁଟିଆ ପାଇଁ ଦୁଇ ଜଣ ଲୋକ ତାଙ୍କୁ ଉଠାଇନେଇଥିଲେ ଓ ଦୁଷ୍କର୍ମ କରିଥିଲେ । ଚିତ୍କାର କରିଥିଲେ ସୁଦ୍ଧା କାହା କାନରେ ମହିଳାଙ୍କ କାନ୍ଦଣା ଶୁଭିନଥିଲା । କରୋନା ପାଇଁ କଟକଣା କଡ଼ାକଡ଼ି କରାଯାଇଥିବାରୁ ରାସ୍ତାରେ କେହି ଲୋକ ଯିବାଆସିବା କରୁନଥିଲେ । ପୋଲିସ ସୂଚନା ଅନୁସାରେ ଚାୟ ଜନଜାତି ସଂପ୍ରଦାୟର ମହିଳା ଜଣକୁ ଆମ୍ବୁଲାନ୍ସ ନମିଳବାରୁ ପାଦରେ ଚାଲି ଚାଲି ଘରକୁ ଫେରୁଥିଲେ । ରାସ୍ତାରେ ମହିଳାଙ୍କୁ ଏକା ଦେଖି ଚା ବଗିଚାକୁ ଟାଣି ନେଇଥିଲେ ଦୁଇ ଅଭିଯୁକ୍ତ । ମେ ୨୭ ତାରିଖରେ ଏପରି ଲଜ୍ଜ୍ୟାଜନକ ଘଟଣା ଘଟିଥିିଲା ଏବଂ ଏହାର ଦୁଇ ଦିନ ପରେ ପୋଲିସରେ ଅଭିଯୋଗ କରିଛନ୍ତି ମହିଳା । ତେବେ ଏହି ଘଟଣାର ଦୁଇ ଦିନ ପରେ ମହିଳା ଜଣକ ପୋଲିସରେ ଅଭିଯୋଗ କରିଛନ୍ତି । ଚରାଇଦେବର ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଦୁଇ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ୍ । ଅଭିଯୋଗ ଅଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking