31.1 C
Bhubaneswar
Sunday, May 19, 2024
Homeଓଡିଶାପାଞ୍ଚ ବର୍ଷର ନିରୀହ ଶିଶୁକୁ ଝୁଣି ମାରିଲେ କୁକୁର ଦଳ

ପାଞ୍ଚ ବର୍ଷର ନିରୀହ ଶିଶୁକୁ ଝୁଣି ମାରିଲେ କୁକୁର ଦଳ

କୋରାପୁଟ : ବୁଲା କୁକୁରଙ୍କ ଆକ୍ରମଣରେ ଗଲା ପାଞ୍ଚ ବର୍ଷର ନିରୀହ ଶିଶୁର ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦୋରାଗୁଡା ପଞ୍ଚାୟତର କୁସୁମଗୁଡା ଗ୍ରାମରେ। ଘଟଣା ଅନୁଯାୟୀ କୁସୁମଗୁଡା ଗ୍ରାମର ସାଧୁ ପରଜାଙ୍କ ଦୁଇ ପୁଅ ଗାଁ ନିକଟରେ ବହି ଯାଇଥିବା କୁର୍ଲୁ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ବଡ଼ ଭାଇ ପାଣିରେ ପଶି ଗାଧୋଉଥିବା ବେଳେ ସାନଭାଇ ପଦ୍ମନ କୂଳରେ ଠିଆ ହୋଇଥିଲା। ଏହି ସମୟରେ ସାତଟି କୁକୁର ହଠାତ୍ ସେଠାରେ ପହଞ୍ଚିଯାଇ ପଦ୍ମନକୁ ଆକ୍ରମଣ କରିଥିଲେ। ସାତଟି ଯାକ କୁକୁର ମିଳିତ ଭାବେ ପଦ୍ମନକୁ ନିର୍ମମ ଭାବେ ଝୁଣି ପକାଇଥିଲେ।

ପଦ୍ମନ ପ୍ରାଣ ବିକଳରେ ଚିତ୍କାର କରିବାକୁ ଲାଗିଥିଲା। ତେବେ ଦୁଃଖର କଥା ବଡ଼ଭାଇ ବଧିର ହୋଇଥିବାରୁ ସାନଭାଇର କରୁଣ ଚିତ୍କାର ଶୁଣି ପାରି ନଥିଲା। ସେହି ସମୟରେ ଜଣେ ବୃଦ୍ଧା ସେହି ରାସ୍ତା ଦେଇ ଯାଉଥିଲେ। ସେ ପଦ୍ମନକୁ ବଞ୍ଚେଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ତେବେ ବଡ଼ଭାଇ ବହୁତ ବିଳମ୍ବରେ ଜାଣିପାରିବା ପରେ କୂଳକୁ ଦୈାଡି ଆସିଥିଲା। ସେତେବେଳକୁ ପଦ୍ମନ ଆଉ ଜୀବନରେ ନଥିଲା। ତେବେ ଏଭଳି ଏକ ଅଭାବନୀୟ ଘଟଣାପରେ ଗାଁରେ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking