28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗସରକାରଙ୍କ ସମସ୍ତ ପ୍ରକାରର ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ବସନ୍ତ ପ୍ରଧାନ

ସରକାରଙ୍କ ସମସ୍ତ ପ୍ରକାରର ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ବସନ୍ତ ପ୍ରଧାନ

ରଣପୁର: କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ସମସ୍ତେ ଗରିବ ଓ ଆଦିବାସୀ ଲୋକମାନଙ୍କର ଉନ୍ନତିକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଯୋଜନା ପରେ ଯୋଜନା କରୁଛନ୍ତି । କିନ୍ତୁ ଯୋଜନା ଯୋଜନାରେ ହିଁ ରହିଯାଏ । ପ୍ରକୃତ ହିତାଧିକାରୀ ପାଖରେ ପହଂଚିବା ପୂର୍ବରୁ ତାହା ବାଟମାରଣା ହୋଇଯାଉଛି । ସରକାର ଯୋଜନା ପରେ ଯୋଜନା କରି ବାହାଦୂର ମାରୁଥିବା ବେଳେ ସରକାରଙ୍କର 5T ଠାରୁ ଆରମ୍ଭ କରି ମୋ ସରକାର ସବୁ ଏଠାରେ ଫେଲ ମାରିଛି । ସ୍ୱାଧୀନତାର 74ବର୍ଷ ବିତିଯାଇଥିଲେ ବି ଆଜି ବି ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ଜଙ୍ଗଲ ପାହାଡ଼ ଘେରା ସବୁଜ ପରିବେଶ ମଧ୍ୟରେ ଅନ୍ଧାରିମୂଳକ ଭାବେ ଜୀବନ ବିତାଉଛନ୍ତି । ଏଭଳି ଏକ ଗ୍ରାମରହିଛି ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ବନ୍ଦମୁଣ୍ଡା ପଂଚାୟତର ନୂଆ ଗାଁ । ଏହି ଗ୍ରାମ ଦୀର୍ଘ ବର୍ଷ ତଳେ 20ରୁ 25 ପରିବାରକୁ ନେଇ ଜଙ୍ଗଲ ଓ ପାହାଡ଼ ସବୁଜ ପରିବେଶ ମଧ୍ୟରେ ଗଢି ଉଠିଥିଲା । କିନ୍ତୁ ବିଭିନ୍ନ ସମୟରେ ଜଙ୍ଗଲୀ ହିଂସ୍ର ଜନ୍ତୁ ମାନଙ୍କର ଉପଦ୍ରଵ ଓ ସରକାରୀ ସୁବିଧା ସୁଯୋଗ ରୁ ବଞ୍ଚିତ ହୋଇ ସମସ୍ତ ଗ୍ରାମବାସୀ ଗାଁ ଛାଡି ଅନ୍ୟତ୍ର ଜାଗାକୁ ଚାଲିଯାଇଥିବା ବେଳେ କିନ୍ତୁ ବସନ୍ତ ପ୍ରଧାନ ନିଜର ପୈତୃକ ଜାଗାକୁ ଛାଡି ନଯାଇ ଛଅ ପ୍ରାଣୀ କୁଟୁମ୍ବ ସହ ଏକ ବିକଳାଙ୍ଗ ଭଉଣୀଙ୍କୁ ଧରି ଅତି ଦୟନୀୟ ଭାବେ ସେଠାରେ ଜୀବନ ଯାପନ କରୁଛନ୍ତି l ନା ଏମାନଙ୍କ ପାଖରେ ଅଛି ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡେ ନା ପିଇବା ପାଇଁ ପାଣି l ଗମନାଗମନ ବ୍ୟବସ୍ଥା କହିଲେ ତ ନ ସରେ । ଶିକ୍ଷା ଓ ସ୍ୱାସ୍ଥ୍ୟବ୍ୟବସ୍ଥା ଏମାନଙ୍କ ପାଇଁ ବହୁ ଉର୍ଦ୍ଧରେ । ଜଙ୍ଗଲରୁ ଜଙ୍ଗଲ ଜାତଦ୍ରବ୍ୟ ସଂଗ୍ରହ କରି ନିଜର ପରିବାର ପାତିପୋଷ କରିଥାନ୍ତି । ଭଙ୍ଗା ଚାଲ ଛପର ଘରେ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି ବସନ୍ତଙ୍କ ପାରିବାର । ଅନ୍ୟ ପକ୍ଷରେ ନିଜର ଏହି ଗୁହାରି ଜଣେଇବା ପାଇଁ ପଂଚାୟତ ଠାରୁ ଆରମ୍ଭ କରି ବ୍ଲକ ପଯ୍ୟନ୍ତ ସମସ୍ତ ବଡ଼ ବଡ଼ ବାବୁ ମାନଙ୍କୁ ନିଜର ଗୁହାରି ଜଣେଇଥିଲେ ମଧ୍ୟ ସରକାରି ସହାୟତା ସାତସପନ ହୋଇରହିଛି । ଏନେଇ ଆମେ ସ୍ଥାନୀୟ ସରପଞ୍ଚଙ୍କ ସହ ଯୋଗାଯୋଗ କରିଥିଲୁ କିନ୍ତୁ ସିଏ ନଥିବାରୁ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking