ଯୋଗ୍ୟ ହିତାଧିକାରୀଙ୍କୁ ଭତା ପ୍ରଦାନ ଦାବି

କୋରାପୁଟ: ଅଭିଭକ୍ତ କୋରାପୁଟ ଜିଲ୍ଲା ପବ୍ଲିକ ରାଇଟ ଏସୋସିଏସନ ତରଫରୁ ଜୟପୁର ପୌରପାଳିକା କୁ ଘେରାଉ କୋରଆଯାଇ ବିକ୍ଷୋଭ କରାଯାଇଥିଲା। ଏସୋସିଏସନ ର ସଭାପତି ଦେବେନ୍ଦ୍ର ବାହିନୀପତି ଙ୍କ ନେତୃତ୍ୱରେ ଯୋଗ୍ୟ ହିତାଧିକାରୀ ମାନେ ଉପସ୍ଥିତ ରହି ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଏସୋସିଏସନ ଅଭିଯୋଗ କରିଛି ଯେ ଯୋଗ୍ୟ ହିତାଧିକାରୀ ମାନେ ବାରମ୍ବାର ଆବେଦନ କରିବା ସତ୍ବେ ମଧ୍ୟ ବିଧବା , ବର୍ଦ୍ଧକ୍ୟା , ଭିନ୍ନକ୍ଷମ ଭତା ପାଇବାରୁ ବଞ୍ଚିତ ହୋଇଛନ୍ତି। ତେଣୁ 15 ଦିନ ଭିତରେ ଯୋଗ୍ୟ ହିତାଧିକାରୀ ଙ୍କୁ ଭତା ପ୍ରଦାନ ନ କରିଲେ ଆନ୍ଦୋଳନ କୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here