29.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଗ୍ରାମବାସୀଙ୍କୁ ଗାରିଛି ଭୂତ ଭୟ

ଗ୍ରାମବାସୀଙ୍କୁ ଗାରିଛି ଭୂତ ଭୟ

ନୟାଗଡ: ଗ୍ରାମବାସୀଙ୍କୁ ଗାରିଛି ଭୂତ ଭୟ । ଅଧା ବୟସରୁ ଯାଉଛି ଜୀବନ । ଫଳରେ ଭୟରେ ଗାଁ ଛାଡୁଛନ୍ତି ଲୋକେ । ଏଭଳି ଘଟଣା ସାମ୍ନାକୁ ଆସିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଦର୍ପନାରାୟଣପୁର ପଂଚାୟତର ଗୁଣ୍ଡୁରୀବାରୀ ଗ୍ରାମରେ ଲୋକଙ୍କ ମଧ୍ୟରେ ଭୂତ ଆତଙ୍କ ଖେଳିଥିବା ବେଳେ ପୁରା ଗାଁ ଏବେ ଜନଶୂନ୍ୟ ହୋଇଯାଇଛି । ସୂଚନା ଅନୁସାରେ, ଉକ୍ତ ଗୁଣ୍ଡୁରୀବାରୀ ଗ୍ରାମରେ ୭ଟି ହରିଜନ ପରିବାର ଲୋକେ ବସବାସ କରନ୍ତି । କିନ୍ତୁ ଗତ କିଛି ବର୍ଷ ହେବ ପୁରୁଷମାନଙ୍କର ଅସ୍ୱାଭାବିକ ବାବରେ ମୃତ୍ୟୁ ହେଉଛି । ଗ୍ରାମବାସୀଙ୍କ କହିବା କଥା ଯେ, ପୁରୁଷ ଲୋକେ ବିବାହ କରିବାର କିଛି ଦିନ ପରେ ହଠାତ୍ ଝାଡା, ରକ୍ତବାନ୍ତି ସହ ଅ‌କାଳରେ ମୃତ୍ୟୁମୁଖରେ ପଡୁଛନ୍ତି । ଏହା କୌଣସି ଭୂତ କିମ୍ବା ଡାହାଣି ପ୍ରକୋପରେ ହୋଇଛି ବୋଲି ଆଶଙ୍କା କରି ନିଜ ଭିଟାମାଟି ଛାଡି ଲୋକେ ଅନ୍ୟତ୍ର ପଳାଉଛନ୍ତି । ଗ୍ରାମବାସୀଙ୍କ ମତ ଅନୁସାରେ, ରାତିରେ ଭୟଙ୍କର ଶବ୍ଦ ହେବାସହ ଗଛଭାଙ୍ଗିବା, ପଥର ପଡିବା ଭଳି ଭୟଙ୍କର ଘଟମାମାନ ଘଟୁଛି । ଗତ ୪ ବର୍ଷ ଭିତରେ ୭ ଜଣ ବିବାହିତ ପୁରୁଷଙ୍କ ମୃତ୍ୟୁ ଘଟିଛି । ଯାହାଫଳରେ ଗାଁ ଏବେ ଜନଶୂନ୍ୟ ହୋଇପଡିଛି । ଏହି ଗ୍ରାମର ଅଧିବାସୀ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ପ୍ରଶାସନ ତୁରନ୍ତ ଥଇଥାନ କରିବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking