32.1 C
Bhubaneswar
Friday, April 26, 2024
Homeଓଡିଶାମାର୍ଚ୍ଚ ୨୬ରେ ହେବ ରାଜ୍ୟସଭା ଆସନ ନିର୍ବାଚନ

ମାର୍ଚ୍ଚ ୨୬ରେ ହେବ ରାଜ୍ୟସଭା ଆସନ ନିର୍ବାଚନ

ଭୁବନେଶ୍ୱର : ଓଡ଼ିଶାରୁ ଖାଲି ହେଉଥିବା ୪ଟି ରାଜ୍ୟସଭା ଆସନ ସମେତ ୧୭ଟି ରାଜ୍ୟର ୫୫ଟି ଆସନ ପାଇଁ ଆସନ୍ତା ମାର୍ଚ୍ଚ ୨୬ରେ ହେବ ନିର୍ବାଚନ । ଏନେଇ ଭାରତୀୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି । ଖାଲି ହେଉଥିବା ୫୫ ରାଜ୍ୟସଭା ଆସନ ମଧ୍ୟରୁ ଓଡ଼ିଶାର ୪ଟି ସିଟ୍‌ ରହିଛି ।
ସୂଚନା ଅନୁସାରେ, ମାର୍ଚ୍ଚ ୬ ତାରିଖରେ ଏଥିନେଇ ବିଧିବଦ୍ଧଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ମାର୍ଚ୍ଚ ୧୩ ତାରିଖରେ ନାମାଙ୍କନ ଦାଖଲର ଶେଷ ଦିନ ରହିଛି । ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ଭୋଟ୍ ଗ୍ରହଣ କରାଯିବ ଏବଂ ଫଳାଫଳ ଘୋଷଣା କରାଯିବ । ମାର୍ଚ୍ଚ ୩୦ ସୁଦ୍ଧା ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି ଜଣାଯାଇଛି । ସକାଳ ୯ଟାରୁ ଅପରାହ୍ନ ୪ ମଧ୍ୟରେ ଭୋଟ ଗ୍ରହଣ ହେବା ସହ ସନ୍ଧ୍ୟା ୫ଟାରେ ଫଳାଫଳ ଘୋଷଣା ହେବ । ଏହାସହ ମାର୍ଚ୍ଚ ୩୦ ସୁଦ୍ଧା ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ ହେବ । ୧୭ଟି ରାଜ୍ୟର ୫୫ ଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଏପ୍ରିଲ ମାସରେ ଶେଷ ହେଉଛି ।
https://onakhabar.com/2020/02/24/stops-pension-of-6-corrupt-officials/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking