39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଦିଲ୍ଲୀରେ ପହଞ୍ଚିଛନ୍ତି ଟ୍ରମ୍ପ ଦମ୍ପତ୍ତି

ଦିଲ୍ଲୀରେ ପହଞ୍ଚିଛନ୍ତି ଟ୍ରମ୍ପ ଦମ୍ପତ୍ତି

ନୂଆଦିଲ୍ଲୀ: ୨ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଦିଲ୍ଲୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ପରେ ଟ୍ରମ୍ପ ଆଗ୍ରା ଅଭିମୁଖେ ଯାଇ ତାଜମହଲ ଦେଖିଥିଲେ । ସେଠାରେ ସୂର୍ଯ୍ୟାସ୍ତର ଶୋଭା ଉପଭୋଗ କରିବା ପରେ ଦିଲ୍ଲୀରେ ପହଞ୍ଚି ଯାଇଛନ୍ତି । ଦିଲ୍ଲୀରେ ସୋମବାର ରାତିରେ ଆଇଟିସି ମୌର୍ଯ୍ୟ ହୋଟେଲରେ ଟ୍ରମ୍ପ ରହିଛନ୍ତି ।
ଆଜି ସକାଳ ୧୦ଟାରେ ଟ୍ରମ୍ପ ରାଷ୍ଟ୍ରପତି ଭବନ ଯାଇଛନ୍ତି । ସେଠାରେ ଆନୁଷ୍ଠାନିକ ଭାବେ ତାଙ୍କର ସ୍ୱାଗତ କରାଯାଇଛି । ଏହାପରେ ଟ୍ରମ୍ପ ୧୦ଟା୩୦ରେ ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସମାଧିପୀଠରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଦିନ ୧୧ଟାରେ ହାଇଦ୍ରାବାଦ ହାଉସରେ ପହଞ୍ଚି ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ବୈଠକ ହୋଇଥିଲା । ଏହି ଅବସରରେ ଦୁଇ ଦେଶ ମଧ୍ୟରେ ୫ଟି ରାଜିନାମା ସ୍ବାକ୍ଷର ହେବା ସମ୍ଭାବନା ରହିଛି । ଶକ୍ତି, ତୈଳ ଏବଂ ଗ୍ୟାସ, ବୌଦ୍ଧିକ ସମ୍ପତ୍ତି ଏବଂ ବେସାମରିକ ଆଣବିକ ସହଯୋଗ କ୍ଷେତ୍ରରେ ଏସବୁ ରାଜିନାମା ହେବ । ୧୨ଟା ୪୦ରେ ଉଭୟ ନେତା ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବେ । ଟ୍ରମ୍ପ ଦମ୍ପତ୍ତି ମୋତି ବାଗ ଅଞ୍ଚଳରେ ଦିଲ୍ଲୀ ସରକାରଙ୍କ ଏକ ସ୍କୁଲକୁ ଯାଇ ପରିଦର୍ଶନ କରୁଛନ୍ତି ।
ଏହାପରେ ଟ୍ରମ୍ପ ସି.ଇ.ଓ. ରାଉଣ୍ଡ ଟେବୁଲ ପାଇଁ ଆମେରିକା ଦୂତାବାସ ଯିବେ । ଏହାପରେ ସନ୍ଧ୍ୟା ୭.୩୦ରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିବେ । ସେଠାରେ ଟ୍ରମ୍ପଙ୍କ ସମ୍ମାନର୍ଥେ ରାତ୍ର ଭୋଜନର ବ୍ୟବସ୍ଥା ରହିଛି । ଏହାପରେ ରାତି ୧୦ଟାରେ ଆମେରିକା ଫେରିଯିବେ ଟ୍ରମ୍ପ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking