32.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗରଜନୀକାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥାରେ ଆସୁଛି ସୁଧାର

ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥାରେ ଆସୁଛି ସୁଧାର

ନୂଆଦିଲ୍ଲୀ: ରକ୍ତଚାପଜନିତ ସମସ୍ୟା କାରଣରୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଛି । ହସ୍ପିଟାଲ ତରଫରୁ ଶନିବାର ଦିନ ଏହି ସୂଚନା ପ୍ରଦାନ କରାଯାଇଛି । ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପଲାନୀସ୍ୱାମୀ ରଜନୀକାନ୍ତଙ୍କ ସହିତ ଫୋନରେ କଥା ହୋଇ ତାଙ୍କ ସ୍ୱାସ୍ଥ୍ୟ ସଂପର୍କରେ ପଚାରି ବୁଝିଥିବା ସୂଚନା ମିଳିଛି । ସେ ଜଲଦି ସୁସ୍ଥ ହୋଇଯାଆନ୍ତୁ ବୋଲି କାମନା ମଧ୍ୟ କରିଛନ୍ତି । ଯଦିଓ ତାଙ୍କର ରକ୍ତଚାପ ଏବେ ବି ଅଧିକ ରହିଛି, ମାତ୍ର ଶୁକ୍ରବାର ଅପେକ୍ଷା ଆଜି ନିୟନ୍ତ୍ରଣରେ ରହିଥିବା କୁହାଯାଇଛି । ତାଙ୍କ ସ୍ୱାସ୍ଥ୍ୟ ନେଇ କୌଣସି ଚିନ୍ତାଜନକ ସୂଚନା ନାହିଁ । ଶନିବାର ଅର୍ଥାତ ଆଜି ତାଙ୍କର ଆଉ କିଛି ପରୀକ୍ଷା ହେବ । ରକ୍ତଚାପ ପାଇଁ ଦିଆଯାଇଥିବା ମେଡିସିନରେ ପରିବର୍ତ୍ତନ କରାଯାଉଛି । ସଂପୂର୍ଣ୍ଣ ଭାବରେ ବିଶ୍ରାମ କରିବାକୁ ତାଙ୍କୁ ଡାକ୍ତର ପରାମର୍ଶ ଦେଇଛନ୍ତି । ଏହାଛଡା ତାଙ୍କୁ ଭେଟିବାକୁ ଆସୁଥିବା ଆଗନ୍ତୁକଙ୍କୁ ମଧ୍ୟ ସାକ୍ଷାତ ପାଇଁ ଅନୁମତି ଦିଆଯାଉନାହିଁ । ଶୁକ୍ରବାର ଅର୍ଥାତ ଗତକାଲି ରଜନୀକାନ୍ତଙ୍କୁ ଉଚ୍ଚ ରକ୍ତଚାପ ଆସିବା ଫଳରେ ହାଇଦ୍ରାବାଦ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking