41.1 C
Bhubaneswar
Sunday, April 28, 2024
Homeବ୍ରେକୀଙ୍ଗବିଜୁ ଯୁବ ଛାତ୍ର ସଂଗଠନର କାର୍ଯ୍ୟକାରିଣୀ ବୈଠକ

ବିଜୁ ଯୁବ ଛାତ୍ର ସଂଗଠନର କାର୍ଯ୍ୟକାରିଣୀ ବୈଠକ

ଯାଜପୁର: ଯାଜପୁର ବଜରଂଗ ଛକ ନିକଟରେ ବିଜୁ ଯୁବ ଛାତ୍ର ସଂଗଠନର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକାରିଣୀ ବୈଠକରେ ଯାଜପୁର ବିଧାୟକ ତଥା ବିଜୁ ଜନତା ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ ସମାଜସେବା ପାଇଁ ବିଜୁ ଜନତା ଦଳ ଏକ ପ୍ରମୁଖ ସ୍ଥାନ ବୋଲି ମତ ଦେଇଥିଲେ । ତେଣୁ ସମାଜରେ ସରକାରୀ ସୁବିଧା ପାଇବାରୁ ବଂଚିତ ହେଉଥିବା ପ୍ରତ୍ୟେକ ପରିବାର ନିକଟରେ ବିଜୁ ଯୁବ ଛାତ୍ର ନେତା ମାନେ ପହଂଚିବା ଆବଶ୍ୟକ ବୋଲି ସେ କହିଥିଲେ । ଆଜିର ଯୁବକ ଓ ଛାତ୍ର ମାନେ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜସେବା ପ୍ରତି ମନ ବଳାଇବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜୁ ଯୁବ ଜନତା ଦଳର ସଭାପତି ଭାବେ ପ୍ରତାପ ମହାନ୍ତି,ବିଜୁ ଯୁବ ଜନତା ଦଳର ପର୍ଯ୍ୟବେକ୍ଷକ ଜ୍ୟୋତ୍ସା ପରିଡା,ବିଜୁ ଛାତ୍ର ଜନତା ଦଳର ପର୍ଯ୍ୟବେକ୍ଷକ ଅଜିତ୍ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ବିଜୁ ଛାତ୍ର ଓ ଯୁବ ଜନତା ଦଳକୁ ଅଧିକ କ୍ରିୟାଶୀଳ କରିବାକୁ ଆହ୍ୱାନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking