28.1 C
Bhubaneswar
Thursday, March 28, 2024
Homeଅପରାଧପଡୋଶୀ କଳି, ଜଣେ ଗିରଫ

ପଡୋଶୀ କଳି, ଜଣେ ଗିରଫ

ରାଉରକେଲା: କୌଣସି କଥାକୁ କେନ୍ଦ୍ରକରି ଦୁଇ ପଡୋଶୀଙ୍କ ମଧ୍ୟରେ କଳହ ଓ ମାଡ଼ପିଟ ଶେଷରେ ଥାନାରେ ପହଂଚିଛି । ଏହି ଘଟଣା  ପଡୋଶୀ ଜଣଙ୍କ ପାଇଁ ଶେଷରେ ମହଙ୍ଗା ପଡ଼ିଛି ।  ଦୁଇ ପଡୋଶୀଙ୍କ ମଧ୍ୟରେ ହୋଇଥିବା କଳହ ଓ ମାଡ଼ପିଟ ଘଟଣାରେ ସ୍ଥାନୀୟ ଟାଙ୍ଗରପାଲୀ ଥାନା ପୁଲିସ ଆଜି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ବ୍ୟକ୍ତି ଜଣଙ୍କ ହେଲେ ସାରନଗରୀ କନଷ୍ଟ୍ରକସନ କଲୋନୀର ଚିନ୍ତାମଣି ରାଉତ । । ସୂଚନା ଅନୁଯାୟୀ, ସାରନଗରୀ ସ୍ଥିତ କନଷ୍ଟ୍ରକନ କଲୋନୀରେ ପରମେଶ୍ୱର ସ୍ୱାଇଁ ଓ ତାଙ୍କ ପଡୋଶୀ ଚିନ୍ତାମଣି ରାଉତ ବାସ କରନ୍ତି ।  କୌଣସି କଥାକୁ ନେଇ ଚିନ୍ତାମଣି ଓ ପରେମଶ୍ୱରଙ୍କ ମଧ୍ୟରେ ବଚସା ହେବା ପରେ ଏହାର କଳହର ରୂପ ନେଇଥିଲା । ଏହି ସମୟରେ ପରମେଶ୍ୱରଙ୍କ ବଡ଼ ଭାଇ ଘଟଣାସ୍ଥଳରେ ପହଂଚି  ଦୁଇ ଜଣଙ୍କ  ମଧ୍ୟରେ ଝଗଡ଼ା ମେଂଟାଇବାକୁ ପ୍ରୟାସ କରୁଥିବା ବେଳେ,ଚିନ୍ତାମଣି  ହଠାତ ଉତକ୍ଷିପ୍ତ ହୋଇ ଓଲଟା ବିରୋଧ କରି ମାଡ଼ପିଟ କରିଥିଲା । ଏହାପରେ ପରମଶ୍ୱରଙ୍କ ବଡ଼ଭାଇ  ସ୍ଥାନୀୟ ଟାଙ୍ଗରପାଲୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏହି ଘଟଣାର ତଦନ୍ତ କରି ଚିନ୍ତାମଣି ରାଉତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣା ସାରନଗରୀ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । 

 
 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking