29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶରାହୁଲଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା

ରାହୁଲଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା

ୱାୟନାଡ: କଂଗ୍ରେସ ନେତା ତଥା ୱାୟନାଡରୁ ସାଂସଦ ରାହୁଲ ଗାନ୍ଧୀଙ୍କ କେରଳର ୱାୟନାଡ କାର୍ଯ୍ୟାଳୟରେ କିଛି ଦୁର୍ବୁତ୍ତ ଭଙ୍ଗାରୁଜା କରିଛନ୍ତି । ତେବେ କଂଗ୍ରେସ ଭଙ୍ଗାରୁଜା ପଛରେ ଷ୍ଟୁଡେଣ୍ଟସ ଫେଡେରେସନ ଅଫ୍ ଇଣ୍ଡିଆ (ଏସଏଫଆଇ)ର ହାତ ଥିବା ଅଭିଯୋଗ କରିଛି । ଖବର ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରାଯାଇଛି । ଏସଏଫଆଇର କିଛି ସଦସ୍ୟ ହାତରେ ପତାକା ଧରି ଝରକା ଦେଇ କାର୍ଯ୍ୟାଳୟ ଭିତରେ ପସି ଭଙ୍ଗାରୁଜା କରିଥି୍ବା କଂଗ୍ରେସ କହିଛି । କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ମଧ୍ୟ ମାରପିଟ କରାଯାଇଥିବା କଂଗ୍ରେସ ଅଭିଯୋଗ ଆଣିଛି । ଭଙ୍ଗାରୁଜା କଥା ପୋଲିସ ମଧ୍ୟ ସ୍ୱୀକାର କରିଛି । ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଦେଇଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking