34.1 C
Bhubaneswar
Friday, March 29, 2024
Homeଓଡିଶାଭୁବନେଶ୍ୱରପାରିବାରିକ ଅସନ୍ତୋଷରୁ ଆତ୍ମହତ୍ୟା !

ପାରିବାରିକ ଅସନ୍ତୋଷରୁ ଆତ୍ମହତ୍ୟା !

ଭୁବନେଶ୍ୱର : ଓଲିଉଡର ଭେଟେରାନ୍ ଆକ୍ଟର ତଥା ଦୁର୍ଦ୍ଦାନ୍ତ ଖଳନାୟକ ରାଇମୋହନ ପରିଡା ଆତ୍ମହତ୍ୟା କରିଛନ୍ତି । ଆଜି ତାଙ୍କ ଭୁବନେଶ୍ୱର ପ୍ରାଚୀ ବିହାର ବାସଭବନରେ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ତେବେ ସେ କାହିଁକି ଆତ୍ମହତ୍ୟା କଲେ? ତାଙ୍କ ମୃତ୍ୟୁ ପଛର କାରଣ କଣ? ଏନେଇ ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଯେ ପାରିବାରିକ କଳହ ପାଇଁ ଅଭିନେତା ରାଇମୋହନ ପରିଡା ଆତ୍ମହତ୍ୟା କରିଥାଇ ପାରନ୍ତି । ପରେ କଣ ପାରିବାରିକ କଳହ ଥିଲା ସେନେଇ ତଦନ୍ତ ଚାଲିଛି । ଆତ୍ମହତ୍ୟା କରିବା ପୂର୍ବରୁ ରାଇମୋହନ ତାଙ୍କ ଫ୍ୟାମିଲ ଗ୍ରୁପରେ ଗୂଡ଼ ବାଏ ବୋଲି ମେସେଜ ଦେଇଥିଲେ । ପରେ ତାଙ୍କ ଝିଅ ମେସେଜର ରିପ୍ଲାଏ ଦେଇଥିଲେ ହେଲେ ରାଇମୋହନ ଆଉ ଉତ୍ତର ଦେଇ ନଥିଲେ । ତା’ପରେ କଲ ମଧ୍ୟ କରିଥିଲେ କିନ୍ତୁ ଉତ୍ତର ମିଳିନଥିଲା । ତାଙ୍କ ବଡ଼ ଝିଅ ପାଖରେ ରହୁଥିବା ପୁତୁରାଙ୍କୁ ଜଣାଇ ଥିଲେ । ସେ ଆସି ଦେଖିଥିଲେ ଯେ ଗ୍ରୀଲ ଦିଆ ଯାଇଛି ହେଲେ ଘରର କବାଟ ସବୁ ଖୋଲା ରହିଛି । ଦେଖିଲେ ରାଇମୋହନ ପରିଡା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ସେ ଏହାପରେ ରାଇମୋହନଙ୍କ ବଡ଼ ଝିଅକୁ କଲ କରିଥିଲେ ଏବଂ ପୋଲିସ କୁ ମଧ୍ୟ ଜଣାଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଁଚିଲା ବେଳକୁ ରାଇମୋହନଙ୍କୁ ଓହ୍ଲାଇ ଦେଇଛନ୍ତି । ପାଖରେ ତାଙ୍କ ବଡ଼ ଝିଅ, ସାନ ଝିଅ ଓ ପତ୍ନୀ ଉପସ୍ଥିତ ଥିଲେ ।
ଆତ୍ମହତ୍ୟା ଖବର ପାଇବା ମାତ୍ରେ ତାଙ୍କ ପାଖ ପଡ଼ୋଶୀଙ୍କଠାରୁ ଆରମ୍ଭ କରି ଓଡ଼ିଆ ସିନେ ଜଗତର ଅନେକ କଳାକାର ତାଙ୍କ ଶେଷ ଦର୍ଶନ ପାଇଁ ବାସଭବନ ଆଗରେ ରୁଣ୍ଡ ହୋଇଥିଲେ । ଆଉ ସମସ୍ତଙ୍କ ମୁହଁରେ ଥିଲା ସେଇ ଗୋଟିଏ ପ୍ରଶ୍ନ । କ’ଣ ସତରେ ରାଇମୋହନ ସାର୍ ଆତ୍ମହତ୍ୟା କରିଛନ୍ତି ? ଏତେ ବଡ଼ ଲୋକ, ପୁଣି ଏତେ ଲୋକଙ୍କୁ ଦେଉଥିଲେ ପ୍ରେରଣା, ସେ କେମିତି ଆତ୍ମହତ୍ୟା କରିବା କଥା ଭାବି ପାରିଲେ ? ସେ ଭାରି ହସଖୁସିର ଲୋକ ଥିଲେ । ତାଙ୍କ ଆତ୍ମହତ୍ୟା ଖବର ଯିଏ ବି ଶୁଣୁଛି ସିଏ ଅବିଶ୍ୱାସ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking