25.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶସୁପ୍ରିମକୋର୍ଟରେ ରାଫେଲ ସଂକ୍ରାନ୍ତ ପିଟିସନ ଖାରଜ

ସୁପ୍ରିମକୋର୍ଟରେ ରାଫେଲ ସଂକ୍ରାନ୍ତ ପିଟିସନ ଖାରଜ

ନୂଆଦିଲ୍ଲୀ: ଫ୍ରାନ୍ସ ନିକଟରୁ କିଣାଯାଇଥିବା ରାଫେଲ ଯୁଦ୍ଧବିମାନ ପ୍ରସଙ୍ଗରେ ଆଗତ ଏକ ଜନସ୍ୱାର୍ଥ ମାମଲାକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଛନ୍ତି । ଭାରତ ଓ ଫ୍ରାନ୍ସ ମଧ୍ୟରେ ୩୬ଟି ରାଫେଲ ବିମାନର କାରବାର ସମ୍ପର୍କରେ ଅଧିକ ପ୍ରମାଣ ଯୋଗାଡ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଏମ.ଏଲ.ଶର୍ମା ନାମକ ପିଟିସନଧାରୀ ଆବେଦନ କରିଥିଲେ । ତେବେ ପ୍ରଧାନ ବିଚାରପତି ଜଷ୍ଟିସ ୟୁ.ୟୁ.ଲଳିତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହାର ଶୁଣାଣି ପାଇଁ ମନା କରିବାପରେ ଶର୍ମା ତାଙ୍କର ପିଟିସନ ପ୍ରତ୍ୟାହାର କରିନେଇଛନ୍ତି । ସୂଚନାଯୋଗ୍ୟ ଏହି କାରବାରରେ ମଧ୍ୟସ୍ଥିଙ୍କୁ ୧୦୦ କୋଟି ୟୁରୋ ଲାଞ୍ଚ ଦିଆଯାଇଛି ବୋଲି ଅଭିଯୋଗ ଉଠିଥିଲା । ତେବେ ୨୦୧୮ ଡିସେମ୍ବର ୧୪ରେ ସୁପ୍ରିମକୋର୍ଟ ଏ ସମ୍ପର୍କରେ ଆଗତ ସମସ୍ତ ପିଟିସନକୁ ଖାରଜ କରିଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking