28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶରଣବୀରଙ୍କ ବୟାନ ରେକର୍ଡ କଲା ପୁଲିସ

ରଣବୀରଙ୍କ ବୟାନ ରେକର୍ଡ କଲା ପୁଲିସ

ମୁମ୍ବାଇ: ସୋସିଆଲ ମିଡିଆରେ ନିଜର ନଗ୍ନ ଫଟୋ ଅପ୍‌ଲୋଡ କରିଥିବା ଅଭିଯୋଗରେ ବଲିଉଡ ଅଭିନେତା ରଣବୀର ସିଂହଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ତଦନୁଯାୟୀ ରଣବୀର ସୋମବାର ସକାଳେ ଚେମ୍ବୁର ଥାନାକୁ ଯାଇଥିବାବେଳେ ପୁଲିସ ତାଙ୍କର ବୟାନ ରେକର୍ଡ କରିଛି । ପୁଲିସ ପକ୍ଷରୁ ପଚରାଯାଇଥିବା ସବୁ ପ୍ରଶ୍ନର ଉତ୍ତର ରଣବୀର ଦେଇଛନ୍ତି । ତେବେ ଆବଶ୍ୟକ ପଡିଲେ, ତାଙ୍କୁ ପୁଣି ଥରେ ଥାନାକୁ ଡକାଯିବ ବୋଲି ଜୋନ୍‌-୫ ଡିସିପି କେ.କେ.ଉପାଧ୍ୟାୟ କହିଛନ୍ତି ।

ରଣବୀର ନିଜର ନଗ୍ନ ଫଟୋକୁ ଜୁଲାଇ ୨୧ରେ ଟ୍ୱିଟର ଆକାଉଣ୍ଟରେ ଅପ୍‌ଲୋଡ କରିଥିଲେ । ଏହାର ପ୍ରତିବାଦରେ ମୁମ୍ବାଇରର ଜଣେ ବାସିନ୍ଦା ଜୁଲାଇ ୨୫ରେ ଏତଲା ଦାଏର କରିଥିଲେ । ଭାରତୀୟ ପିଙ୍ଗଳ କୋଡ୍ ଓ ଆଇଟି ଅ।।ଇନର ବିଭିନ୍ନ ଧାରା ଅନୁଯାୟୀ ରଣବୀରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ପ୍ରଥମେ ଅଗଷ୍ଟ ୨୨ରେ ହାଜର ହେବାକୁ ତାଙ୍କୁ ସମନ ଜାରି କରାଯାଇଥିଲା । ତେବେ ଅନ୍ୟକାମରେ ବ୍ୟସ୍ତ ଥିବାରୁ ରଣବୀର ପୁଲିସକୁ ଅଧିକ ସମୟ ମାଗିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking